Latest Odisha News

BREAKING NEWS

ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ

ଭୁଲ୍ ବଶତଃ ତେଜସ୍ବି ଯାଦବଙ୍କ ବଦଳରେ ବିଜେପି ନେତା ତେଜସ୍ବି ସୂର୍ଯ୍ୟାଙ୍କ ନାମ ନେଇ ସମାଲୋଚନା କଲେ

ମଣ୍ଡି: ନିଜର କଥା କହିବା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ନାୟିକା କଙ୍ଗନା ରାଣାଓ୍ବତ । ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ସେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜର ବୟାନ ବାଜି କରିଆସିଛନ୍ତି । ଏବେ ବିଜେପି ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ଆସନ ପାଇଁ ଟିକେଟ ଦେଇଛି । ଯେବେଠୁ ସେ ଲୋକସଭା ପ୍ରାର୍ଥୀ ଭାବେ ବଛାଯାଇଛନ୍ତି ସେବେଠୁ କିଛି ନା କିଛି ନୂଆ ବିବାଦ ତାଙ୍କ ବିରୁଦ୍ଧରେ ଦେଖାଦେଉଛି । ତେବେ ଏବେ ଏମିତି କିଛି କହିଦେଇଛନ୍ତି କଙ୍ଗନା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କଙ୍ଗନା ଏକ ସଭାରେ କଂଗ୍ରେସ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେବାର ନଜର ଆସୁଛନ୍ତି । ଯେଉଁଥିରେ କି ସେ ଭୁଲ୍ ବଶତଃ ତେଜସ୍ବି ଯାଦବଙ୍କ ବଦଳରେ ବିଜେପି ନେତା ତେଜସ୍ବି ସୂର୍ଯ୍ୟାଙ୍କ ନାମ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି “ତେଜସ୍ବି ସୂର୍ଯ୍ୟା ନିଜର ଗୁଣ୍ଡା ଗର୍ଦ୍ଦି ଚଲେଇଛନ୍ତି” । ଯାହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନିଜର ଏକ୍ସରେ ସେୟାର କରି କଡା ସମାଲୋଚନା କରିଛନ୍ତି ତେଜସ୍ବି ଯାଦବ । ସେ ଲେଖିଛନ୍ତି ‘ ଏ ଶ୍ରୀମତି କିଏ?’

BjdElectrycity

ସୂଚନଯୋଗ୍ୟ, ନିର୍ବାଚନୀ ପ୍ରଚାର ସଭା ବେଳେ ବିଜେପି ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଗାନ୍ଧୀ ପରିବାର ଓ କଂଗ୍ରେସ ନେତାଙ୍କୁ ନେଇ କିଛି ମନ୍ତବ୍ୟ ରଖିଥିଲେ । ଯେଉଁଥିରେ ସେ କହିଛନ୍ତି ‘ ଯିଏ ଦେଶର ସଂସ୍କୃତି ଜାଣିନାହାନ୍ତି ସେ ଏ ଦେଶକୁ କେମିତି ଚଲାଇବେ ? ଏମାନଙ୍କୁ ଜଣା ନାହିଁ ଏମାନେ କେଉଁଆଡେ ଯାଉଛନ୍ତି ଓ କେଉଁଆଡେ ଆସୁଛନ୍ତି । ଏଭଳି ବିଗିଡିଥିବା ଏକ ଶେହଜାଦାଙ୍କର ଦଳ ଅଛି । ସିଏ ରାହୁଲ ଗାନ୍ଧୀ ହୁଅନ୍ତୁ ଯାହାଙ୍କୁ ଜହ୍ନରେ ଆଳୁ ଚାଷ କରିବାର ଅଛି, କି ତେଜସ୍ବି ସୂର୍ଯ୍ୟା ହୁଅନ୍ତୁ ଯିଏ ନିଜର ଗୁଣ୍ଡା ଗର୍ଦ୍ଦି ଚଲେଇଛନ୍ତି  ।’ ଏହି ମନ୍ତବ୍ୟ ଦେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ତେଜସ୍ବି ଯାଦବଙ୍କ ବଦଳରେ ନିଜ ଦଳର ନେତାଙ୍କୁ ଗୁଣ୍ଡା କହି ସମ୍ବୋଧନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା ।

Leave A Reply

Your email address will not be published.