Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା

ଭୁବନେଶ୍ଵର: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨ ନେତା । କେନ୍ଦୁଝର ସଂସଦୀୟ କ୍ଷେତ୍ରର ମୋହନ ହେମ୍ବ୍ରମ, କୈଳାସ ମହନ୍ତ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ । କୁଡୁମୀ ସେନା ଜିଲ୍ଲା ସଭାପତି କୈଳାସ ମହନ୍ତ ହରିଚନ୍ଦନପୁରର ବରିଷ୍ଠ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ।

BjdElectrycity

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି । ମୋ ଦଳକୁ ମୁଁ ଫେରିଛି ବୋଲି କହିଛନ୍ତି ମୋହନ ହେମ୍ବ୍ରମ । କେନ୍ଦୁଝର ୭ଟି ନିର୍ବାଚନ ମଣ୍ଡଳୀ ସଂସଦୀୟ କ୍ଷେତ୍ରରେ ବିଜେଡି ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କୈଳାସ ମହନ୍ତ କହିଛନ୍ତି । ବିଜେଡିରେ ଯୋଗ ଦେଇ ବିଜେଡିକୁ ବିଜୟ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି କୈଳାସ ମହନ୍ତ ।

Leave A Reply

Your email address will not be published.