Latest Odisha News

BREAKING NEWS

କେଜ୍ରିୱାଲଙ୍କ ଘର ବାହାରେ ପ୍ରଦର୍ଶନ କରୁଥିବା ବେଳେ ଆହତ ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଆନ୍ଦୋଳନ କରୁଥିବା ବେଳେ ବିଜେପି ଏମପି ମନୋଜ ତିୱାରୀ ଆହତ ହୋଇଛନ୍ତି । ତାଙ୍କୁ ସଫଦରଗଞ୍ଜ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଳିସ ପକ୍ଷରୁ ପାଣି ମାଡ କରାଯାଇଥିଲା । ଏଥିରେ ମନୋଜ ବ୍ୟାରିକେଡ ଉପରୁ ଖସି ପଡି ଆହତ ହୋଇଥିଲେ ।

ସେପ୍ଟେମ୍ବର ୩୦ରେ ଦିଲ୍ଲୀ ସରକାର ସାର୍ବଜନୀକ ସ୍ଥାନରେ ଛଠ ପୂଜା ପାଳନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରୀ କରିଥିଲେ । ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଉଛି ।

Leave A Reply

Your email address will not be published.