Latest Odisha News

BREAKING NEWS

ମା’ମଙ୍ଗଳାଙ୍କ ମହିଷାମର୍ଦ୍ଦିନୀ ବେଶ

କାକଟପୁର: ମା’ଙ୍କର ଚାଲିଛି ଷୋଡଶ ଉପଚାରରେ ପୂଜା। ଅନ୍ୟ ସ୍ଥାନ ଭଳି କାକଟପୁରରେ ମା’ ମଙ୍ଗଳାଙ୍କ ପୂଜା ରୀତିନୀତିର ସହ କରାଯାଉଛି । ଷୋଡଶ ଉପଚାର ପୂଜା ଷୋଡଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମା’ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି ରୂପରେ ମା’ମଙ୍ଗଳାଙ୍କୁ ପୂଜା କରାଯାଇଥାଏ |

ମହିଷାସୁରକୁ ନିଧନ କରିବା ପାଇଁ ଦେବତା ମାନଙ୍କଠାରୁ ଅସ୍ତ୍ରଶସ୍ତ୍ର  ଓ ସିଙ୍ଘକୁ ବାହାନ ଭାବରେ ପାଇସାରିବା ପରେ ମା’ ଦୂର୍ଗା ମହିଷାସୁରକୁ ନିଧନ  କରିବାପାଇଁ ଆଜି ମନ୍ଦରଗିରି ବିଜେ କରି ମହିଷାସୁରକୁ ନିଧନ କରିବେ  | ସେହି ପ୍ରଥା ଅନୁଯାଇ ଆଜି ଅଷ୍ଟମୀ ତିଥିରେ ମା’ ମଙ୍ଗଳା ମହିଷା ମର୍ଦ୍ଦିନୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ  |

ଏହି ମହିଷାମର୍ଦ୍ଦିନୀ ବେଶରେ ମା’  ମଙ୍ଗଳା  କାଷ୍ଠରେ ନିର୍ମିତ ସିଂହ ଉପରେ ବିଜେ କରିବା ସହିତ ଧନୁ ,ତୀର,କାତି,ଖର୍ପର ,ତ୍ରିଶୂଳ ଆଦି ଅସ୍ତ୍ର ଶସ୍ତ୍ର ରେ ବିଭୂଷିତ ହେବେ  |   କାଳିବେଶ ଧାରଣ କରି ମହିଷାସୁରକୁ ନିଧନ କରିବେ  | ଏହି ମହିଷାମର୍ଦ୍ଦିନୀ ବେଶ ରେ ମା’ମଙ୍ଗଳା ଭୟଙ୍କର ଦେଖାଯାଇଥାନ୍ତି  | ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସହ ସହ ଭକ୍ତ ଆଜି ମଙ୍ଗଳା ପୀଠରେ ଉପସ୍ଥିତ ହେଉଛନ୍ତି |

Leave A Reply

Your email address will not be published.