Latest Odisha News

BREAKING NEWS

‘ହିନ୍ଦୁଙ୍କ ଚିନ୍ତା ନିଶ୍ଚୟ କରିବି; କାରଣ ଭୂମି ଛୋଟ ହେବାରେ ଲାଗିଛି, ଜନସଂଖ୍ୟା ବୃଦ୍ଧି ପାଉଛି’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ଏକ ବୟାନ ସାମ୍ନାକୁ ଆସିଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ରିପୋର୍ଟ ଉପରେ ଉନ୍ନାଓର ବିଜେପି ପ୍ରାର୍ଥୀ ତଥା ସାଂସଦ ସାକ୍ଷୀ ମହାରାଜ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ବିଜେପି ନେତା କହିଛନ୍ତି ଯେ, ଭୂମି ଛୋଟ ହେବାରେ ଲାଗିଛି ଏବଂ ସୁରକ୍ଷା ଦୃଷ୍ଟିରୁ ଜନସଂଖ୍ୟା ବୃଦ୍ଧି ପାଉଛି ।

ସେ କହିଛନ୍ତି ଯେ, ଦୁର୍ଭାଗ୍ୟର ବିଷୟ ହେଉଛି ଭାରତରେ ୮ ପ୍ରତିଶତ ହିନ୍ଦୁ ସଂଖ୍ୟା ହ୍ରାସ ପାଇଛି ଏବଂ ୪୦ ପ୍ରତିଶତ ମୁସଲମାନ ସଂଖ୍ୟା ବୃଦ୍ଧି ପାଇଛି । ବିଭାଜନ ସମୟରେ ପାକିସ୍ତାନରେ ୨୫.୫ ପ୍ରତିଶତ ହିନ୍ଦୁ ଥିଲେ ଯାହା ୨.୫୦ ପ୍ରତିଶତ କୁ ଖସି ଆସିଛି, ମୁଁ ନିଶ୍ଚିତ ଭାବରେ ହିନ୍ଦୁମାନଙ୍କ ବିଷୟରେ ଚିନ୍ତା କରିବି ।

ବିଜେପି ନେତା କହିଛନ୍ତି ଯେ, ଦେଶର ହିତ ପାଇଁ ତୁରନ୍ତ ପ୍ରଭାବ ସହିତ ସରକାର ଗଠନ ହେବା ପରେ ଜନସଂଖ୍ୟା ଆଇନ ପ୍ରସ୍ତୁତ କରାଯିବା ଉଚିତ୍ । କାରଣ ହିନ୍ଦୁ ଜନସଂଖ୍ୟା ୮ ପ୍ରତିଶତ ହ୍ରାସ ପାଇବା ଏବଂ ମୁସଲମାନ ଜନସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇବା ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ।

 

Leave A Reply

Your email address will not be published.