Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ କହିଲେ ଯାହାର ୨ଟି ପତ୍ନୀ ତାକୁ କଂଗ୍ରେସ ଦେବ ୨ ଲକ୍ଷ

ଭୋପାଳ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରତଲାମାର କଂଗ୍ରେସ ଲୋକସଭା ପ୍ରାର୍ଥୀ କାନ୍ତିଲାଲ ଭୂରିୟା ଗୁରୁବାର ପ୍ରଚାର ଅବସରରେ ଏ ଭଳି ଏକ ବୟାନ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ କହିଛନ୍ତି ଯାହାର ୨ଟି ପତ୍ନୀ ତାଙ୍କୁ କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମଧ୍ୟପ୍ରଦେଶର ଏହି ଆଦିବାସୀ ନେତାଙ୍କ ବୟାନ ନେଇ କଂଗ୍ରେସ ପକ୍ଷରୁ କୌଣସି ଉତର ଆସି ନାହିଁ । ପୂର୍ବତନ ମୂଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଓ ପିସିସି ସଭାପତି ଜୀତୁ ପଟୱାରୀ ତାଙ୍କର ଏହି ଘୋଷଣାକୁ ସମର୍ଥନ କରିଛନ୍ତି । ପୂର୍ବରୁ ନିର୍ବାଚନ ଘୋଷଣାପତ୍ରରେ ସମସ୍ତ ମହିଳାଙ୍କ ଖାତାଙ୍କୁ ୧ ଲକ୍ଷ ଟଙ୍କା ଯିବ ବୋଲି ଉଲ୍ଲେଖ ରହିଥିଲା ।

ଏହି ଅବସରରେ କାନ୍ତିଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ବିଜେପି ଓ ମୋଦି କହୁଛନ୍ତି ଏଥର ୪୦୦ ପାର… । ମତଦାତା କଣ ତୁମ ପକେଟରେ ଅଛନ୍ତି ଯେ, ଯାହା କହିବ ତାହା ସତ ହୋଇଯିବ । କାନ୍ତିଲାଲଙ୍କ ୨ ପତ୍ନୀ ସମ୍ପର୍କୀତ ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.