Latest Odisha News

BREAKING NEWS

ଜାତୀୟ ମହିଳା ହକି ଲିଗ: ମିଜୋରମକୁ ହରାଇଲା ଓଡିଶା

ରାଂଚୀ: ଚଳିତ ଜାତୀୟ ମହିଳା ହକି ଲିଗରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ମିଜୋରମକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ୨୫ତମ ମିନିଟରେ ପ୍ରତିଭା ଏକ୍କା ଓଡିଶା ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ । ଏହା ପରେ କରୁଣା ମିଞ୍ଜ ୫୨ତମ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ମିଜୋରମ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା । ସମସ୍ତ ବିଭାଗରେ ଓଡିଶାର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।

ପୂର୍ବରୁ ଏହି ଲିଗର ପ୍ରଥମ ଦିବସରେ ଓଡିଶା ୪-୧ ଗୋଲରେ ହରିୟାଣାକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ସମ୍ମାନଜନକ ଏହି ଲିଗରେ ୮ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଏହି ଟିମଗୁଡିକ ହେଲେ ହରିୟାଣା, ମିଜୋରମ, ମହାରାଷ୍ଟ୍ର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ, ଓଡିଶା ଓ ମଣିପୁର ।

Leave A Reply

Your email address will not be published.