Latest Odisha News

BREAKING NEWS

ଭବାନୀପାଟଣାରେ ନଡ୍ଡା: ବିଜେଡି ସରକାରର ୨୩ ବର୍ଷର ଅପାରଗତାର ହିସାବ ଦେଲେ

କଳାହାଣ୍ଡି:  ଭବାନୀପାଟଣାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ଜାତୀୟ ଅଧ୍ୟକ୍ଷ ନଡ୍ଡା ଭବାନୀପାଟଣାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟରରେ ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ପହଞ୍ଚିଥିଲେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପଡିଆରେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ସେଠାରୁ ସେ ଯାଇ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିଥିଲେ ।

ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହୋଇଥିଲେ ।  ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ନଡ୍ଡା । ଜନସଭାକୁ ଉଦବୋଧନ ନବୀନ ସରକାରଙ୍କୁ ସମାଲୋଚନା କରିଥିବାବେଳେ ବିଜେପି ସରକାରର ୯ ବର୍ଷର ସଫଳତାର ହିସାବ ଦଇଥିଲେ ।

ନଡ୍ଡା କହିଥିଲେ, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି  । ହେଲେ ଓଡ଼ିଶା ସବୁଠାରୁ ପଛୁଆ, ଗରିବ ରାଜ୍ୟ ଭାବେ ପରିଚିତ ହେଉଛି  ।  ମୁଣ୍ଡପିଛା ଆୟରେ ଓଡ଼ିଶା ତଳେ । ନାରୀ ନିର୍ଯାତନାରେ ଉପରେ ।  ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି  । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି  । କିନ୍ତୁ ଅନ୍ୟମାନେ ପାଉଛନ୍ତି । ଏ ନେଇ ସେ  କେନ୍ଦ୍ରମନ୍ତ୍ରୀଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଏପରି ଦୁର୍ନୀତିର ତଦନ୍ତ କରାଯିବଏବଂ  ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ ବୋଲି ନଡ୍ଡା କହିଥିଲେ ।

ବିଜେପି ସରକାରକୁ କଡା ସମାଲୋଚନ କରି ନଡ୍ଡା ବିଜେଡିର ୨୩ ବର୍ଷର ଅପାଗତାର ଗୋଟିଏ ଗୋଟିଏ କାହାଣୀ ଶୁଣାଇଥିଲେ । ନଡ୍ଡା କହିଥିଲେ, ଓଡ଼ିଶାର ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି  ।ହେଲେ ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି । ବିଜେଡି ସରକାର ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରିଛି ବୋଲି ଅଭିଯୋଗ ଆଣିଥିଲେ ନଡ୍ଡା ।

୫ଟିକୁ ସମାଲୋଚନ କରି ଓଡ଼ିଶା କିଏ ଚଲାଉଛି ବୋଲି ପ୍ରଶ୍ନ କରିଥିଲେ ନଡ୍ଡା । ନେତା ନା ଅଫିସର ? ଏଠାରେ ଲୋକେ ଗଣାତନ୍ତ୍ରିକ ଉପାୟରେ ନେତା ବାଛିବେ । କିନ୍ତୁ ଅଫିସର ଶାସନ ଚଳାଇବେ ବୋଲି କହି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ ନଡ୍ଡା ।

Leave A Reply

Your email address will not be published.