Latest Odisha News

BREAKING NEWS

ହ୍ୱାଇଟ ହାଉସ ନୈଶଭୋଜିରେ ମୁକେଶ ଓ ନୀତା ଅମ୍ବାନୀ; ବେଶ, ପୋଷକରେ ଥିଲା ଭାରତୀୟ ସଂସ୍କୃତିର ଝଲକ

ୱାଶିଂଟନ: ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ ଯାଇଥିଲେ । ନୀତା ଅମ୍ବାନୀଙ୍କ ହାଲକା ଗୋଲଡେନ କଲର ଶାଢୀ ସାଙ୍ଗକୁ ଗୋଲଡେନ ବର୍ଡର ବ୍ଲାଉଜ ଏବଂ ହ୍ୱାଇଟ ପର୍ଲ ନେକଲେସରେ ପୂରା ଭାରତୀୟ ସଂସ୍କୃତି ବାରି ହୋଇ ପଡୁଥିଲା ।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ନୈଶ ଭୋଜିରେ ସାମିଲ ହୋଇଥିଲେ ଆନନ୍ଦ ମହିନ୍ଦ୍ରା,  ଭାରତୀୟ ମୂଳ ସୁନ୍ଦର ପିଚଇ, ସତ୍ୟ ନଡେଲା ତଥା ଇନ୍ଦିରା ନୁୟୀ । ଅନ୍ୟମାନଙ୍କ ମଧ୍ୟରେ ଆପଲ କମ୍ପାନୀର ସିଇଓ ଟିମ କୁମ ମଧ୍ୟ ଏହି ନୈଶ ଭୋଜନରେ ସାମିଲ ହୋଇଥିଲେ । ଭାରତ ସରକାରଙ୍କ ପ୍ରତିନିଧି ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ବିନୟ ମୋହନ କ୍ୱାତ୍ରା ମଧ୍ୟ ରାତ୍ରି ଭୋଜନରେ ସାମିଲ ହୋଇଥିଲେ ।

ଆମେରିକା ସରକାରଙ୍କ ପକ୍ଷରୁ ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ, ଆମେରିକା ସ୍ପିକର ନୈନ୍ସି ପୈଲୋସି ତଥା ଭାରତରେ ଥିବା ଆମେରିକା ରାଜଦୂତ ଏରିକ ଗାରସେଟି ଏହି ରାଜକୀୟ ଭୋଜନରେ ସାମିଲ ହୋଇଥିଲେ ।

ଭାରତୀୟ ମୂଳ ଆମେରିକା ସାଂସଦ  ରୋ ଖନ୍ନା ଏବଂ ରାଜା କ୍ରିଷ୍ଣମୂର୍ତ୍ତି, ଜେରୋଧାର ସହ ସଂସ୍ଥାପକ ନିଖିଲ କାମତ ଏବଂ ପ୍ରସିଦ୍ଧ ଡିଜାଇନର ରାଲ୍‌ଫ ଲାରେନଙ୍କୁ ଏହି ଷ୍ଟେଟ ଡିନରରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ରାଜକୀୟ ରାତ୍ରିଭୋଜନର ମେନ୍ୟୁ ପ୍ରସ୍ତୁତ କରିଥିଲେ । ଏଥିପାଇଁ ଅତିଥି ସେଫ ନୀନା କାଟିସ ଏବଂ ହ୍ୱାଇଟ ହାଉସର ଅନ୍ୟ ସେଫମାନଙ୍କ ସହ ମିଶି ସେ କାମ କରିଥିଲେ । ମେନ୍ୟୁରେ ଲେମନ-ଡିଲ ୟୋଗର୍ଟ ସସ, ମିଲେଟ କେକ, ସମର ସ୍କ୍ୱାସ, ମେରିନେଟ ମିଲେଟ ଏବଂ ଗ୍ରିଲ୍‌ଡ କର୍ନ ସାଲାଡ, ତରଭୁଜ ସମେତ ଆହୁରି ଅନେକ  ସ୍ୱାଦିଷ୍ଟ ଖାନା ସାମିଲ ହୋଇଥିଲା ।

Leave A Reply

Your email address will not be published.