Latest Odisha News

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ ଅପଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ଆଗରୁ ବି କହିଛୁ ଓଡ଼ିଶା ବିଜେପିର କାର୍ଯ୍ୟ କଳାପ ସଦାବେଳେ ଓଡ଼ିଶା ବିରୋଧୀ । ଓଡ଼ିଶା ବିଜେପି ନେତା ମାନେ କେବେ ବି ଓଡ଼ିଶାର ବିକାଶ ଚାହାନ୍ତି ନାହିଁ । ଓଡ଼ିଶାର ପ୍ରତିଟି ଗାଁ ଗଣ୍ଡାରେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରହେଉବୋଲିଇଚ୍ଛାକରନ୍ତି ନାହିଁ । ଓଡ଼ିଶାବାସୀଏସବୁ ଦେଖୁଛନ୍ତି । ତେଣୁସେମାନଙ୍କୁବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।

ସମୀର ବାବୁଙ୍କ ମୁହଁରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ଶୁଣି ଆମେ ଆମୋଦିତ ହେଲୁ । ଆମ ଜାଣିବାରେ ତାଙ୍କୁ ସ୍ମାର୍ଟଫୋନ୍ ମଧ୍ୟ ଭଲ ଭାବରେ ବ୍ୟବହାର କରିବା ଜଣା ନାହିଁ । ତାଙ୍କୁ ଯେଉଁ କାଗଜ ଧରାଇ ଦିଆଯାଇଛି, ସେ କେବଳ ତାହା ପଢ଼ି ଦେଇଛନ୍ତି । ତାଙ୍କ ଦଳର ଯେଉଁ ବୁଦ୍ଧିଆ ନେତାମାନେ ସମୀର ବାବୁଙ୍କୁ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା କାଗଜ ଖଣ୍ଡ କରେ ଲେଖି କହିବାକୁ ଦେଇଛନ୍ତି, ସେମାନେ ଏହାର ସିବିଆଇ ତଦନ୍ତ କରୁ ନାହାନ୍ତି କାହିଁକି ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

Leave A Reply

Your email address will not be published.