ଭୁବନେଶ୍ୱର: ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ନାଗପୁର ପଂଚାୟତର ବରିଷ୍ଠ ବିଜେଡି ନେତା ସୁକାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମୀରେଖା ମହାନ୍ତି, ବରିଷ୍ଠ ବିଜେଡି ନେତା ଅଜିତ ରାଉତରାୟଙ୍କ ସମେତ ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ମ୍ୟୁନିସିପାଲିଟିର ବରିଷ୍ଠ କମ୍ୟୁନିଷ୍ଟ ନେତା ରଂଜନ ମହାପାତ୍ର, ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଜି.ପାପା ରାଓ, କାଉନସିଲର ଶ୍ରୀମତୀ ମାମା ସେଠୀ, ଡି.ଇନ୍ଦୁ, ମମତା ପାତ୍ର, କେ.ରମେଶ ରାଓ, ପ୍ରତିଛନ୍ଦା ସାମଲ, ଦେବାଶିଷ ମିଶ୍ର, ସନ୍ତୋଷ ସେଠୀ, ବି.ନିଶ୍ଚଳା ସ୍ୱାମୀ, ସୁମନ୍ତ କୁମାର ନାହକ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅମିତା ସାହୁ, ବରିଷ୍ଠ ବିଜେଡି ନେତା ସୁଶାନ୍ତ ସାହୁ, ସନମୁଖ ରାଓ ପଟ୍ଟନାୟକ, ବି.ଗୋପାଲ ସ୍ୱାମୀ, ଯୁବନେତା ଅକ୍ଷୟ ସ୍ୱାଇଁ, ଗୋପାଲପୁର ପୋର୍ଟ ମଜଦୁର ସଂଘ ସଭାପତି ଏମ.ଆର୍ୟା, ଉପସଭାପତି ବି.କ୍ରିଷ୍ଣା, କୋଷାଧ୍ୟକ୍ଷ ଏନ.କ୍ରିଷ୍ଣା, ସଂଘର ନେତା ଏଲ.ଆର୍ୟା, ପି.ପୋଲେୟା, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଜି.ଆରତୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ଗୋଟିଏ ପରେ ଗୋଟିଏ ପୂରଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି ।ଏହି ଯୋଗଦାନ ଦ୍ୱାରା ରାଜ୍ୟରେ ବିଜେପି ସଂଗଠନ ଆହୁରି ମଜଭୁତ ହୋଇଛି। ନୂତନ ଓ ପୂରୁଣା କାର୍ଯ୍ୟକର୍ତାଙ୍କ ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେ ଘରେ ପହଂଚାଇବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ।


Comments are closed.