Latest Odisha News

BREAKING NEWS

୨୦୨୩ରୁ ୨୭ ପର୍ଯ୍ୟନ୍ତ ଆଇସିସି ଜାରୀ କଲା ଏଫଟିପି : ୫ ବର୍ଷରେ ଖେଳାଯିବ ୭୭୭ ମ୍ୟାଚ

ନୂଆଦିଲ୍ଲୀ: ଆର୍ନ୍ତାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୩ରୁ ୨୭ ପର୍ଯ୍ୟନ୍ତ ଫ୍ୟୁଚର୍ସ ଟୁରସ ପ୍ରୋଗ୍ରାମ ଜାରୀ କରିଛି । ଏହି ୫ ବର୍ଷ ମଧ୍ୟରେ ଆଇସିସିର ୧୨ ଫୁଲ ମେମ୍ବର୍ସ ଓଭରାଲ ୭୭୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଏଥିରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୨୩ ଟି୨୦ ମ୍ୟାଚ ସାମିଲ । ୨୦୧୯ରୁ ୨୦୨୩ ମଧ୍ୟରେ ୬୯୪ ମ୍ୟାଚ ଖେଳା ଯାଇଥିଲା । ପ୍ରତ୍ୟେକ ବର୍ଷ ବିସିସିଆଇର ଆଇପିଏଲ ପାଇଁ ୱିଣ୍ଡୋ ମିଳିଛି । ଯେଉଁ ସମୟରେ କମ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ୧୪୧ ମ୍ୟାଚ ଖେଳିବ । ଏଥିରେ ୪୨ ଦିନିକିଆ, ୩୮ ଟେଷ୍ଟ ଓ ୬୧ ଟି୨୦ ସାମିଲ । ସେହିପରି ବର୍ଡର-ଗାଭାସ୍କର ସିରିଜରେ ୫ ଟେଷ୍ଟ ମ୍ୟାଚ ଖେଳାଯିବ । ୧୯୯୨ ପରେ ପ୍ରଥମ ଥର ପାଇଁ ସିରିଜରେ ୫ ମ୍ୟାଚ ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏ ଭଳି ୨ଟି ସିରିଜ ଖେଳାଯିବ ।

ଦିନିକିଆ କ୍ରିକେଟର ପ୍ରାଧାନ୍ୟ ବଜାୟ ରଖିବା ପାଇଁ ଆଇସିସି ଏହି ୫ ବର୍ଷ ମଧ୍ୟରେ ୪୦ ଦିନିକିଆ ଅଧିକ ଖେଳାଯିବ । ୨୦୨୫ରେ ପାକିସ୍ତାନରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ ତ୍ରିକୋଣୀୟ ସିରିଜ ଖେଳାଯିବ । ଏ ଭଳି ୩ଟି ସିରିଜ ଖେଳାଯିବ । ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ, ୨୦୨୪ ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ, ୨୦୨୫ରେ ଦିନିକିଆ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ,୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କାରେ ଓ ୨୦୨୭ରେ ଦିନିକିଆ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ ।

Leave A Reply

Your email address will not be published.