Latest Odisha News

BREAKING NEWS

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ଲାଗି ସୁପ୍ରିମକୋର୍ଟ ଗଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୈତିକ ସଂକଟ । ଏହାରି ଭିତରେ କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟ ଲାଗି ବିଜେପି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ୧୨ ଘଂଟା ମଧ୍ୟରେ ମଧ୍ୟପ୍ରଦେଶ ସରକାରକୁ ବହୁମତ ପ୍ରମାଣ ଲାଗି ନିର୍ଦ୍ଦେଶ ଦେବାକୁ ବିଜେପି କୋର୍ଟକୁ ନିବେଦନ କରିଛି ।
ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ବହୁମତ ସାବ୍ୟସ୍ତ କରିଥାନ୍ତେ । ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ପରେ କରୋନା ଭାଇରସ ଯୋଗୁଁ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ କମଲନାଥଙ୍କୁ ୧୦ ଦିନର ଆଶ୍ୱସ୍ତି ମିଳିଛି ।
ସୂଚନାଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ତାଙ୍କ ସହ ଅନ୍ୟ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଫଳରେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ।

Leave A Reply

Your email address will not be published.