Latest Odisha News

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର ।

ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତିତ ପର୍ଯ୍ୟଟକମାନେସମୁଦ୍ର କୂଳରେ ଏକାଠି ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଆହୁରି ମଧ୍ୟ ଅସ୍ଥାୟୀ ଦୋକାନ ମାଲିକମାନେ ସେମାନଙ୍କର ଦୋକାନ ବନ୍ଦ କରି ଯଥାଶୀଘ୍ର ସମୁଦ୍ର କୂଳ ଛାଡିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.