Latest Odisha News

BREAKING NEWS

ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍

ଭୁବନେଶ୍ୱର : ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଧ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି ।ରାଜ୍ୟରେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ୱାର୍ଡ ସ୍ତରୀୟ ଇଲୋକ୍ଟ୍ରିକାଲ ତାଲିକା ପ୍ରସ୍ତୁତ କରାଯାଇ ଭୁବନେଶ୍ୱର ,କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି , ଯାହାକି ରାଜ୍ୟ ମ୍ୟୁନିସ ପାଲିଟି କର୍ପୋରେସନ ଆଇନ ୨୦୦୩କୁ ସମ୍ପୁର୍ଣ୍ଣ ଉଲ୍ଲଙ୍ଘନ କରୁଛି ।

ତେଣୁ ସାଧାରଣ ଭୋଟରଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଉଥିବାରୁ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରି କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖ ଦିନ ପ୍ରକାଶ ପାଇବ ଏବଂ କୌଣସି ଅଭିଯୋଗ ୧୧ରୁ ୧୬ ତାରିଖ ୬ ଦିନ ଭିତରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିପାରିବେ ।ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ଅନ୍ତର୍ଭୁକ୍ତ ।

ଅଭିଯୋଗ ଶୁଣାଣି ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିଶନ ୬ ଦିନ ସମୟ ଦେଇଛନ୍ତି ।ସେହିପରି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିର ମାତ୍ର ଗୋଟିଏ ଦିନ ସମୟ ରଖାଯାଇଛି ।

ରାଜ୍ୟରେ ଅନ୍ୟ ପୌରାଞ୍ଚଳ ନିର୍ବାଚନ ପାଇଁ ଜିଲ୍ଲା ମାଜଷ୍ଟେଟଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବି ଆପତ୍ତି ଶୁଣାଣି ପାଇଁ ୭ ଦିନର ସମୟ ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିର ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି ।ଏହି ଅଳ୍ପ ସମୟ ମଧ୍ୟରେ ଭୋଟର ତାଲିକାରେ ଥିବା ତୃଟିକୁ ଅନୁଧ୍ୟାନ କରି ସଂଶୋଧନ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ବିଜେପି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ଏହି ପ୍ରତିନିଧିରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ସାମାଜିକ ସଙ୍ଗଠନ ରାଜ୍ୟ ସଂଯୋଜକ ରଶ୍ମୀରଞ୍ଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ

Comments are closed, but trackbacks and pingbacks are open.