Latest Odisha News

BREAKING NEWS

ସରକାରୀ ଘର କେଳେଙ୍କାରୀ ଘଟଣାରେ ସିଏମସିର ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ଗିରଫ

କଟକ ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ତିଆରି ହୋଇଥିବା ଘର କେଳାଙ୍କାରୀ ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାଜା ଠାରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହିତ ତିନୋଟି ମାମଲା ରୁଜୁ କରିଛି ପୋଲିସ । ରାଜା ନାଁରେ ପୂର୍ବରୁ ୨ଟି ମାମଲା ରହିଛି । ଏବେ ୩ଟି ମାମଲା ରୁଜୁ ହୋଇଛି । ରାଜା ସହିତ ଏ ଘଟଣାରେ ଆଉ କେହି ଅଛନ୍ତି ନା ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟପକ୍ଷରେ ଏହି ଠକେଇର ଶିକାର ହୋଇଥିବା ଲୋକ ପୋଲିସ ପାଖରେ ଅଭିଯୋଗ କରିବାକୁ କହିଛନ୍ତି ଏସପି ଅମରେନ୍ଦ୍ର ପଣ୍ଡା । ଠକେଇ ଘଟଣାରେ ସଂପୃକ୍ତ ଥିବା ଲୋକ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ୩୦ରୁ ଅଧିକ ଲୋକଙ୍କୁ ରାଜା କରଣ ଠକେଇ କରି ଆସିଥିବା ଜଣାପଡିଛି । ସେ ବର୍ଷେ ହେଲା ରହି ଆସୁଥିବା ଆପାର୍ଟମେଣ୍ଟରେ ଲୋକଙ୍କୁ ଠକେଇ କରି ଆସୁଥିବା କହିଛନ୍ତି ଏସିପି ଅମରେନ୍ଦ୍ର ପଣ୍ଡା ।

Comments are closed, but trackbacks and pingbacks are open.