Latest Odisha News

BREAKING NEWS

ସିନ୍ଧିଆ ବିଜେପିରେ ମିଶିବା ନେଇ ବିଳମ୍ବ କଲେ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ବିଜେପିରେ ମିଶିବେ ନାହିଁ । ମିଳିଥିବା ଖବର ଅନୁସାରେ ଆଉ କିଛି ଦିନ ଅପେକ୍ଷା କରି ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ସିନ୍ଧିଆ ଏକ ଉତ୍ସବମୁଖରିତ ପରିବେଶରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ସଂଧ୍ୟା ୬ଟାରେ ସିନ୍ଧିଆ ଦଳରେ ମିଶିବେ ବୋଲି ସୂଚନା ରହିଥିଲା । ମାର୍ଚ୍ଚ ୧୨ କିମ୍ୱା ୧୩ରେ ଭୋପାଳରେ ସିନ୍ଧିଆ ମିଶିବେ ବୋଲି ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ନେଇ ସେଣ୍ଟ୍ରାଲ ଇଲେକ୍ସନ କମିଶନ (ସିଇସି) ବୈଠକ ବସିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ ପ୍ରାର୍ଥୀ କରାଯିବ ନିଶ୍ଚିତ ବୋଲି ଜଣାପଡ଼ିଛି । ଏହି ବୈଠକରେ କିନ୍ତୁ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବାବଦରେ ଆଲୋଚନା ହୋଇନଥିବା ସୂଚନା ରହିଛି। ବିଜେପି ସଭାପତି ଜେ.ପି ନଡ୍ଡା ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ବାବଦରେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.