Latest Odisha News

BREAKING NEWS

ବାସ୍ତୁ ଅନୁଯାୟୀ ଘର ପାହାଚ ନିର୍ମାଣ କରନ୍ତୁ, ସୁଖରେ ରୁହନ୍ତୁ…

ଆଜିକାଲି ପ୍ରାୟ ଅଧିକାଂଶ ସ୍ଥାନରେ ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ ବାସଗୃହ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଗୃହ ନିର୍ମାଣ ହେଉଛି । ବାସ୍ତୁଶାସ୍ତ୍ରରେ ଯେପରି ବାସଗୃହ ନିର୍ମାଣରେ ଶୋଇବା ଘର, ରୋଷେଇ ଘର ଏବଂ ଘରର ଦୁଆରର ଉପଯୋଗୀତା ରହିଛି ସେହିପରି ଭାବେ ଶିଡ଼ି ବା ପାହାଚ ନିର୍ମାଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାହାଚ ନିର୍ମାଣ ଅତି ତରବରିଆ ଭାବେ ନକରି ବରଂ ଏଥିନିମନ୍ତେ ଜଣେ ବାସ୍ତୁବିତଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଉଚିତ ।

ଯଦି ଆପଣ ଗୋଲାକାର ଶିଡ଼ି ନିର୍ମାଣ କରୁଛନ୍ତି ତେବେ ଧ୍ୟାନରେ ରଖିବା ଉଚିତ ଯେ, ଶିଡ଼ି ପୂର୍ବରୁ ଦକ୍ଷିଣ ଦିଗ ଆଡ଼କୁ, ଦକ୍ଷିଣରୁ ପଶ୍ଚିମ ଦିଗକୁ, ପଶ୍ଚିମରୁ ଉତ୍ତର ଦିଗକୁ ଘୂରି ରହୁଥିବ ।

ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ଶିଡ଼ି ରହିବା ଆବଶ୍ୟକ । ଏହା ଅତ୍ୟନ୍ତ ଶୁଭଙ୍କର ଅଟେ ।

ପାହାଚ ତଳେ ଜୋତା ଷ୍ଟାଣ୍ଡ୍ ଆଦୌ ରଖନ୍ତୁ ନାହିଁ । ପାହାଚ ତଳେ ଜୋତା ଷ୍ଟାଣ୍ଡ୍ ରଖିଲେ ପରିବାରରେ କଳି ହେବାର ସମ୍ଭାବନା ରହିଛି ।

ବାସଗୃହଟି ଯଦି ବାସ୍ତୁ ଅନୁଯାୟୀ ପୂର୍ବରୁ ନିର୍ମିତ ହୋଇନାହିଁ କିମ୍ବା ଶିଡ଼ିଟି ପୂର୍ବରୁ ଠିକ୍ ଦିଗରେ ନିର୍ମାଣ କରାଯାଇନାହିଁ, ତେବେ ଶିଡ଼ି ସମ୍ମୁଖରେ ଏକ ଦର୍ପଣ ଟଙ୍ଗାଇଲେ ଏହାର ଦୋଷ କଟିଯାଇଥାଏ ।

ସବୁଠାରୁ ବଡ଼କଥାହେଲା ପାହାଚ ରହିଥିବା ସ୍ଥାନଟିକୁ ସଦା ସର୍ବଦା ଆଲୋକିତ କରି ରଖିବା ଆବଶ୍ୟକ । ଶିଡ଼ି ସ୍ଥାନକୁ ଅନ୍ଧାର କରି ରଖିବା ଦ୍ୱାରା ଘରେ ଅଶାନ୍ତି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବାସ୍ତୁବିତ, ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.