Latest Odisha News

BREAKING NEWS

ବିଜେପିର ଶ୍ୱେତ ପତ୍ର ବନାମ କଂଗ୍ରେସର କଳା ପତ୍ର

ନୂଆଦିଲ୍ଲୀ:ଶାସକ ଦଳର ଶ୍ୱେତ ପତ୍ର ବିପକ୍ଷରେ ବିରୋଧି ଆଣିବେ କଳା ପତ୍ର। ଗୃହରେ ଉପସ୍ଥାପନ ହେବ ନିଜ ନିଜର ପାରିବାପଣିଆ ଓ ଅନ୍ୟର ଦୋଷ ଦୁର୍ବଳତା। ଗୋଟେ ପଟେ ଦଶନ୍ଧି ଧରି କାର୍ଯ୍ୟ କରିଥିବା ମୋଦି ସରକାର ଏକ ‘ହ୍ୱାଇଟ୍ ପେପର୍’ ବା ଶ୍ବେତ ପତ୍ର ଆଣିବାକୁ ଯାଉଛି। ଅନ୍ୟ ପଟେ ଏହାର ବିପକ୍ଷରେ କଂଗ୍ରେସ ମଧ୍ୟ ପ୍ରକାଶ କରିଛି ‘ବ୍ଲାକ୍ ପେପର୍’ ବା କଳା ପତ୍ର। ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏହି ‘ବ୍ଲାକ୍ ପେପର୍’ ପ୍ରକାଶିତ ହୋଇଛି। କେନ୍ଦ୍ରର ପ୍ରସ୍ତାବିତ ‘ହ୍ୱାଇଟ୍ ପେପର’କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଗୃହ, ରାଜ୍ୟସଭା ଏବଂ ଲୋକସଭାରେ ଉପସ୍ଥାପନ କରିବେ। ଏହି ‘ହ୍ୱାଇଟ୍ ପେପର’ରେ ବିଜେପି ସରକାର ସମୟରେ ଦେଶର ଆର୍ଥିକ ଅବସ୍ଥା ଉପରେ ଆଲୋକପାତ କରାଯିବ। ଅନ୍ୟ ପଟେ ଏହାର ଠିକ୍ ଓଲଟା ଛବି ପରିଲକ୍ଷିତ ହେବ ବିରୋଧି ଶିବିରରୁ ଜାରି କରାଯାଇଥିବା ରିପୋର୍ଟରେ। ଏହି କଳା ପତ୍ରରେ ବିଜେପି ସରକାର ଅର୍ଥନୀତିରେ ବିଫଳ ହୋଇଥିବା ଦର୍ଶାଇଛି କଂଗ୍ରେସ। ଯାହାକୁ ନେଇ କଂଗ୍ରେସ କହିଛି ଯେ, ‘ବ୍ଲାକ୍ ପେପର’ ବେରୋଜଗାରୀ, ଦରବୃଦ୍ଧି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ଉପରେ ସରକାରଙ୍କ ‘ବିଫଳତା’କୁ ଆଲୋକପାତ କରିଛି। ‘ବ୍ଲାକ୍ ପେପର’ ରିଲିଜ୍ କରି ଖଡଗେ କହିଛନ୍ତି, ‘ସରକାର ଅର୍ଥନୀତିରେ ବିଫଳ ହୋଇଛନ୍ତି।’ ସେମାନେ ଯେତେବେଳେ ବି ସଂସଦରେ ଆଲୋଚନା କରନ୍ତି, ସର୍ବଦା ସଫଳତା ବିଷୟରେ ଚର୍ଚ୍ଚା କରନ୍ତି, କିନ୍ତୁ ନିଜ ବିଫଳତା ବିଷୟରେ କଦାପି କୁହନ୍ତି ନାହିଁ। ସେମାନେ ଆମକୁ ଏପରି କରିବାକୁ ଅନୁମତି ବି ଦିଅନ୍ତି ନାହିଁ।”

ନରେନ୍ଦ୍ର ମୋଦି ସରକାରରେ ଦେଶକୁ କଣ କଣ ଲାଭ ହୋଇଛି ତାହାର ଚିଠା ଦେବ ଶ୍ବେତ ପତ୍ର, ଅନ୍ୟପକ୍ଷେ ଏହି ସମୟରେ ଦେଶକୁ କଣ କଣ କ୍ଷତି ସହିବାକୁ ପଡ଼ିଛି ସେ ନେଇ ତଥ୍ୟ ରଖିଛି କଂଗ୍ରେସ।

Leave A Reply

Your email address will not be published.