Latest Odisha News

BREAKING NEWS

ଭୁବନେଶ୍ୱରରେ ଅପରାଜିତାଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରେ ବୁଧବାର ଦିନ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ନିର୍ବାଚନ ପ୍ରଚାର ସମୟରେ କିଛି ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚାନନୁଯାୟୀ, ଏହି ଆକ୍ରମଣରେ ଆହତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡ଼ିଛି । ଗୁରୁତର ଭାବେ ଆହତ ହୋଇଥିବା ଚିହ୍ନିତ ବ୍ୟକ୍ତିମାନେ ହେଲେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଏବଂ ଚନ୍ଦ୍ରଶେଖରପୁର ମଣ୍ଡଳ ନେତା ମାନସୀ ମଞ୍ଜରୀ ରାୟ ପାଢୀ ।

ନିଳାଦ୍ରୀବିହାରର ମଙ୍ଗଳାବସ୍ତିରେ ସେମାନେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ହୋଇଥିବା ବିଜେପି କର୍ମୀମାନେ ଅଭିଯୋଗ କରି କହିଛନ୍ତି ଯେ, ବିଜେଡ଼ିର କିଛି କର୍ମୀ ଏହି ଆକ୍ରମଣ କରିଛନ୍ତି ।

Leave A Reply

Your email address will not be published.