Latest Odisha News

BREAKING NEWS

ନିର୍ବାଚନ ଅଧିକାରୀଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ସମ୍ବଲପୁରରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ଦିନ ବିଜେଡ଼ି ଦାବି କରିଛି । ଏନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛି ।

ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, କେନ୍ଦ୍ରମନ୍ତ୍ରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଅନୁମତି ଦେଇନଥିଲେ ଏବଂ ସେ ସାଙ୍ଗରେ ନେଉଥିବା ଏକ ସିଲ୍ ହୋଇଥିବା ସୁଟକେସକୁ ଯାଞ୍ଚ କରିବାକୁ ବାଧା ସୃଷ୍ଟି କରିଥିଲେ । “ଆମେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରୁଛୁ,” ବୋଲି ବିଜେଡ଼ି ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗପତ୍ରରେ ଏହା ଉଲ୍ଲେଖ ରହିଛି ।

ଏପରିକି ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେହି ସିଲ୍ ହୋଇଥିବା ସୁଟକେସରେ କ’ଣ ରହିଛି ତାହା ଯାଞ୍ଚ କରାଯିବାପରେ ସର୍ବସାଧାରଣରେ ପ୍ରକାଶ କରାଯାଉ ।

ଭାଇରାଲ୍ ହୋଇଥିବା ଏକ ଭିଡ଼ିଓ କ୍ଲିପରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁର୍ଲ୍ଲା ଏମସିଏଲ୍ ହେଲିପ୍ୟାଡ଼ରେ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବା ନେଇ କିଛି ପୋଲିସ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହେଉଥିବା ଦୃଶ୍ୟ ରହିଛି ।

ବିଜେଡ଼ିର ଏହି ପ୍ରତିନିିଧି ଦଳ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଯେଉଁଥିରେ ମଧ୍ୟ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ବିଜେପି ଓ କଂଗ୍ରେସ ନେତାଙ୍କୁ ନେଇ ଏଥିରେ ହେଉଥିବା ପ୍ୟାନେଲ୍ ଆଲୋଚନା ସିଧା ପ୍ରସାରଣ ନିର୍ବାଚନ ଆଚରଣ ବିଧିକୁ ଭଙ୍ଗ କରୁଥିବା ଦର୍ଶାଯାଇଛି ।

Leave A Reply

Your email address will not be published.