Latest Odisha News

BREAKING NEWS

ମମିତା ହତ୍ୟାକାଣ୍ଡ ଘଟଣା : ୯ ଡିସେମ୍ବରରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ୯ ଡିସେମ୍ବରରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।ମମିତା ହତ୍ୟା ଘଟଣାରେ ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ଗିରଫ ସହ ବହିଷ୍କାର କରାଯାଇନାହିଁ । ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ।  ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି ।ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଜରେ ବସି ଅଭିଯୁକ୍ତକୁ ଆହୁରୀ ପ୍ରୋତ୍ସାହିତ କରିଛନ୍ତି।

ଅନ୍ୟପଟେ ଶାସକ ବିଜେଡି ନେତୃବୃନ୍ଧ ଘଟଣାର ତଥ୍ୟ ଓ ପ୍ରମାଣ ଦେବିକୁ ବିଜେପିକୁ କହିବା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି। ମମିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଯେପର୍ଯ୍ୟନ୍ତ ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି । ସେ ପର୍ଯ୍ୟନ୍ତ ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ । ଦଳ କହିଛି, ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏକ ଗଣତନ୍ତ୍ର ରାଜ୍ୟରେ ବିରଳ ଉଦାହରଣ । ପ୍ରଥମରୁ ରାଜ୍ୟ ସରକାର ଏବଂ ପୋଲିସ ବିଭାଗ ଦୋଷୀକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ତଦନ୍ତ ନକରି ନିଜେ ଏହି ମାମଲାରେ ଜଡ଼ିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମାଣ ମାଗିଛନ୍ତି । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ବିରୋଧୀ ଏତେ ଆନ୍ଦୋଳନ କରିବା ସତ୍ୱେ ସରକାର ଗୃହରାଷ୍ଟ୍ରଙ୍କୁ ସୁରକ୍ଷା ସରକାର ଦେଉଥିବା ଅଭିଯୋଗ କରି ବର୍ଷିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ।

Leave A Reply

Your email address will not be published.