Latest Odisha News

BREAKING NEWS

ରହସ୍ୟମୟ ଢଙ୍ଗରେ ମିର୍ଜାପୁର ଫେମ୍ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁ

ମୁମ୍ବାଇ: ଆଉ ନାହାଁନ୍ତି ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରା । ଅନେକ ବଲିଉଡ ଫିଲ୍ମରେ ସେ ଛୋଟଛୋଟ କିର୍ଦାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ହେଲେ ଖାସ କରି ମାଂଝୀ: ଦ ମାଉଣ୍ଟେନ୍ ମ୍ୟାନ୍ ଭଳି ଫିଲ୍ମ ଓ ମିର୍ଜାପୁର ୱେବ୍ ସିରିଜରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଜି ଭର୍ସୋଭା ସ୍ଥିତ ଫ୍ଲାଟରୁ ବ୍ରହ୍ମାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସ ରିପୋର୍ଟ ଅନୁଯାୟୀ ପ୍ରାୟ ଦୁଇରୁ ତିନିଦିନ ପୂର୍ବରୁ ବ୍ରହ୍ମାଙ୍କର ମୃତ୍ୟୁ ଘଟିଥିଲା । ଫ୍ଲାଟରୁ ପଚାସଢା ମୃତଦେହର ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବ୍ରହ୍ମାଙ୍କ ମୃତଦେହ ଜବତ କରି ପୋଲିସ ପୋଷ୍ଟମୋର୍ଟମ ପାଇଁ କୁପର୍ ହସ୍ପିଟାଲକୁ ପଠାଇଛି ।

ବ୍ରହ୍ମାଙ୍କ ଫ୍ଲାଟ୍ ଭିତରପଟୁ ବନ୍ଦ ଥିବାବେଳେ ପୋଲିସ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲା । ପରେ ବାଥରୁମରୁ ବ୍ରହ୍ମାଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ତଦନ୍ତକାରୀ ଅଫିସର ପ୍ରକାଶ କରିଥିଲେ । ବ୍ରହ୍ମାଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.