Latest Odisha News

BREAKING NEWS

ଆବାସିକ କଲେଜ ପାଲଟିଲା ସୁପରସ୍ପ୍ରେଡର, ପୁଣି୧୬ ସଂକ୍ରମିତ

ଢେଙ୍କାନାଳ: ଢେଙ୍କାନାଳ ଆବାସିକ କଲେଜ ପାଲଟିଲା ସୁପରସ୍ପ୍ରେଡର। କଲେଜରୁ ପୁଣି୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରୁ ଏହି ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଲେଜରୁ ପ୍ରଥମେ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଲେଜକୁ ସିଲ୍ କରିଦିଆଯାଇଥିଲା।

କୋଭିଡ ଟେଷ୍ଟ ପାଇଁ ୨୬୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା। ୨୧୦ଜଣଙ୍କର ସାମ୍ପଲ ଟେଷ୍ଟ ପରେ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଉ ବାକି ୫୦ଜଣଙ୍କର ରିପୋର୍ଟ ଆସିନଥିଲା। ତେବେ ସେହି ୫୦ ଜଣଙ୍କ ନମୁନାରୁ ଏବେ ଏହି ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.