କଲିକତା: ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନ ପାଇଁ ନିର୍ବାଚନ ଫଳାଫଳ ବର୍ତ୍ତମାନ ଘୋଷଣା କରାଯାଉଛି । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ, ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ଆଗୁଆ ଅଛନ୍ତି । ଏହି ସମୟରେ, ଭବାନୀପୁରରେ ମମତା ବାନାର୍ଜୀ ଆଗରେ ଅଛନ୍ତି ।
ଏହି ସମୟ ଭିତରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ । ଏହି ନିର୍ବାଚନରେ ବହୁ ସଂଖ୍ୟକ ମୁସଲିମ ଭୋଟର ତୃଣମୂଳ କଂଗ୍ରେସକୁ ସମର୍ଥନ କରିନାହାଁନ୍ତି । ସେ ଦାବି କରିଛନ୍ତି ଯେ ହିନ୍ଦୁ ଭୋଟ ବିଜେପି ସପକ୍ଷରେ ଏକତ୍ରିତ ହୋଇଛନ୍ତି ।
ସେପଟେ, ବିଜେପି ରାଜ୍ୟ ସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି, ‘ଆମେ ଆମର ନେତୃତ୍ୱ ବଜାୟ ରଖିଛୁ । ବଙ୍ଗଳାରେ ଏକ ଭାଜପା ସରକାର ଗଠନ ହେବାକୁ ଯାଉଛି । ‘ପଦ୍ମ’ ଫୁଟିବ । ଏହା ବିଜେପି କର୍ମୀଙ୍କ ର୍ଧଯ୍ୟ ଏବଂ ସମର୍ପଣର ଫଳାଫଳ । ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନ ହରାଇବେ । ଟିଏମସି ସରକାର ଜନସାଧାରଣଙ୍କ ଉପରେ ଅତ୍ୟାଚାର କରିବା ବ୍ୟତୀତ ଆଉ କିଛି କରିନାହିଁ।’