Latest Odisha News

BREAKING NEWS

ମହିଳା ଦିବସରେ ଓଡିଆ ଫିଲ୍ମ ‘ବିସର୍ଜନ’ର ପ୍ରିମିଅର

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଆ ଫିଲ୍ମ ‘ବିସର୍ଜନ’ର ପ୍ରିମିଅର ମଂଜରୀ ଚ୍ୟାନେଲରେ କରାଯିବ । ଶ୍ରଦ୍ଧାଂଜଳି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଦର୍ଶକ ସୋମବାର ସନ୍ଧ୍ୟା ୬ଟାରେ ମଂଜରୀ ଚ୍ୟାନେଲରେ ଦର୍ଶକ ଦେଖିପାରିବେ ।

ଫିଲ୍ମ ବିସର୍ଜନ ଘରୋଇ ହିଂସା, ଭୟ ଓ ପ୍ରତିଶୋଧ ଉପରେ ଆଧାରିତ । ରାମକୃଷ୍ଣ ପାଢୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ମୁଖ୍ୟ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ ଓ ଶୁଭାଶିଷ ଶର୍ମା ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଲରେନ୍ସ, ଅନିକେତ, ଜ୍ୟୋତି, ସୁଦାମ, ମାନସ ପ୍ରମୁଖ ଅଭିନୟ କରିଛନ୍ତି ।

ଅଭିନେତ୍ରୀ ଶ୍ରଦ୍ଧା ଏହାର କାହାଣୀ ଲେଖିଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଏହାର ଗୀତଗୁଡିକୁ ଆସାମ ନିଜାମ ସଜାଇଥିବା ବେଳେ କଣ୍ଠ ଦାନ କରିଛନ୍ତି ଅସୀମା ପଣ୍ଡା, କୁଲଜିତ ପଟ୍ଟନାୟକ ଓ କୁମାର ।

ଏହାକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

Leave A Reply

Your email address will not be published.