Latest Odisha News

BREAKING NEWS

ବିଜେପିରୁ ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଦାଖଲ, ପ୍ରାର୍ଥୀ ଚୟନକୁ ନେଇ ଦୋଛକିରେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଧାମନଗର ପାଇଁ ଛାତି ଧଡ଼ ଧଡ଼ । ମଙ୍ଗଳବାର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୂର୍ଯ୍ୟବଂଶୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ସମୀର ଦାସଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ୍ ଥିଲେ । ଇଞ୍ଜିନିୟରିଂ ଚାକିରି ଛାଡ଼ି ବାପା ବିଷ୍ଣୁଙ୍କୁ ରାଜନୀତିରେ ସହଯୋଗ କରୁଥିଲେ ସୂର୍ଯ୍ୟବଂଶୀ । ତାଙ୍କ ବିଜୟକୁ ନେଇ ବିଜେପି ଆଶାବାଦୀ ଅଛି ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସୂର୍ଯ୍ୟବଂଶୀ ଗ୍ରାମ ଦେବତୀଙ୍କୁ ଦର୍ଶନ କରି ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶୋଭାଯାତ୍ରାରେ ବାହାରିଥିଲେ । ବାପା ବିଷ୍ଣୁଙ୍କ ଭଳି ପୁଅ ସୂର୍ଯ୍ୟବଂଶୀ ଧାମନଗର ଲୋକଙ୍କ ସହ ଥିବାରୁ ସମର୍ଥନ ମିଳିବ ବୋଲି କହିଛନ୍ତି ମାଆଉର୍ମିଳା ପାଣିଗ୍ରାହୀ ।

ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପାଇଁ ଆଉ ହାତରେ ୩ ଦିନ ସମୟ । ତେବେ ଏବେବି ପ୍ରାର୍ଥିତ୍ୱକୁ ନେଇ ବିଜେଡି ଓ କଂଗ୍ରେସ ଦ୍ୱନ୍ଦ୍ୱରେ ଅଛନ୍ତି । କଂଗ୍ରେସ ନୂଆ ମୁହଁକୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଭିତରେ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛନ୍ତି ମାଳ ମାଳ ଆଶାୟୀ ।  ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକେଟ୍ ଦେବା ନେଇ ଦଳ ବିଚାର କରୁଥିବା ବେଳେ ବୈଠକ ପରେ ବୈଠକ ବସୁଥିଲେ ବି କାହା ନାଁରେ ମୋହର ବାଜି ପାରୁନି ।

Leave A Reply

Your email address will not be published.