Latest Odisha News

BREAKING NEWS

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, ଆମକୁ ଅତି କମ୍‌ରେ ଆହୁରି ଏକ ମାସ ନିୟନ୍ତ୍ରଣ ରଖିବାକୁ ପଡିବ । ବର୍ତ୍ତମାନର ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସେ ଅନୁରୋଧ କରିଛନ୍ତି ।

ବିଏମସି ଅଞ୍ଚଳରେ ୪ହଜାରରୁ ଅଧିକ ଶଯ୍ୟା ରହିଛି । ୪୦ ପ୍ରତିଶତ ଶଯ୍ୟା ଏବେ ବି ଖାଲି ଅଛି । ଅନ୍ୟପଟେ ହୋମ ଆଇସୋଲେସନ ରହି ପ୍ରାୟ ୬ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ବୋଲି କମିଶନର କହିଛନ୍ତି । ଏହାସହ ଅଗଷ୍ଟ ୩୧ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪୨୯ ପହଞ୍ଚିପାରେ ଓ ସେହିପରି ସେପ୍ଟମ୍ବର ୧୫ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ପହଞ୍ଚିପାରେ ବୋଲି ସେ କହିଛନ୍ତି । ସଂକ୍ରମଣ ବଢ଼ୁଛି ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.