Latest Odisha News

BREAKING NEWS

ଚୀନର ସମ୍ପୃକ୍ତି ଯୋଗୁ ଭାରତୀୟ ରେଲୱେ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା ଚୀନକୁ ଆର୍ଥୀକ ଦୃଷ୍ଟି କୋଣରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲଦାଖ ସୀମା ବିବାଦ ପରେ ଭାରତ ଗୋଟିଏ ପରେ ଝଟକା ଚୀନକୁ ଦେବାରେ ଲାଗିଛି । ଭାରତୀୟ ରେଲୱେ ଶନିବାର ୪୪ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି । ଗତ ବର୍ଷ ଏଥିପାଇଁ ଟେଣ୍ଡର ଜାରି କରାଯାଇଥିଲା ।

ଚୀନ କମ୍ପାନୀ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ଜେବି କମ୍ପାନୀକୁ ଠିକା ମିଳିଥିଲା । ଖୁବ୍ ଶୀଘ୍ର ଏଥି ନିମନ୍ତେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭାରତୀୟ ରେଲୱେ ପକ୍ଷରୁ କୁହାଯାଇଛି । ଚୀନର ବିସ୍ତାରବାଦୀ ନୀତି ଯୋଗୁ ସମସ୍ତ ପଡୋଶୀ ଦେଶ ତା ସହିତ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.