Latest Odisha News

BREAKING NEWS

ହିତାଧୀକାରୀଙ୍କ ପାଇଁ ସ୍ଵପ୍ନ ସରକାରୀ ଯୋଜନା, ପାଲଟଣା ଘରେ ଜୀବନ କାଟୁଛନ୍ତି ୫ ପ୍ରାଣୀ

ନବରଙ୍ଗପୁର: ରହିବାକୁ ପକ୍କାଘର ଖଣ୍ଡେ ନାହିଁ । ଛପର କରିବାକୁ ସମର୍ଥ ବି ନାହିଁ । ବର୍ଷାହେଲେ ଘର କାନ୍ଥ କେତେବେଳେ ଯେ ଗଳି ପଡିବ ଏହି ଚିନ୍ତାରେ ରାତିରେ ଆଖିରେ ନିଦ ଆସୁନାହିଁ । ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଗୁହାରି କରିକରି ଥକିଗଲେଣି । ଚଳିତ ବର୍ଷାଦିନରୁ ରକ୍ଷା ପାଇବାପାଇଁ ଜରି ଖଣ୍ଡେ ମାଗିବାରୁ ମଧ୍ୟ ଦେଲେ ନାହିଁ ସରକାରୀ ଅଧିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଞ୍ଚାୟତ ସଦରରେ ରହୁଥିବା ସୁଧୀର ଭତରାଙ୍କ ୫ ପ୍ରାଣୀ କୁଟୁମ୍ବ ଏକ ଝାଟିମାଟି ଘରେ ଅସୁରକ୍ଷିତ ଭାବେ ଜୀବନ କାଟୁଛନ୍ତି । ସୁଧୀର ଭତରାଙ୍କ ପରିବାର କହିଲେ ସ୍ତ୍ରୀ ସନ୍ଧ୍ୟା ଭତରା ଓ ତାଙ୍କ ୩ ପୁଅ । ଗୋଟିଏ ବଖରାଘର ଉପରେ ପାଲ ଟାଣି ରହୁଛନ୍ତି ୫ ପ୍ରାଣୀ । ଖରା ଓ ଶୀତଦିନ ଯେଣତେଣ ସଂସାର ଚଳିଯାଉଛି ମାତ୍ର ବର୍ଷାଦିନ ଆସିଲେ ଆଖିରୁ ରାତିର ନିଦ ହଜିଯାଉଛି । କେତେବେଳେ ଯେ ଘର କାନ୍ଥ ଭୁଶୁଡି ପିଲାଛୁଆଙ୍କ ଉପରେ ପଡିଯିବ ଏହି ଭୟରେ ସ୍ୱାମୀ,ସ୍ତ୍ରୀ ରାତିସାରା ଉଜାଗର ରହୁଛନ୍ତି।

ଛୋଟ ଛୋଟ ତିନି ଛୁଆଙ୍କ ସହ ଗୋଟିଏ ଅଣଓସାରିଆ ବଖରାରେ ରହୁଛନ୍ତି ସୁଧୀର ଓ ସନ୍ଧ୍ୟା। ସେହି ଗୋଟିଏ ବଖରାରେ ରୋଷେଇ,ଶୋଇବା,ବସିବା ଉଠିବା କରନ୍ତି ପାଞ୍ଚ ପ୍ରାଣୀ । ପରିବାରରେ ପାଞ୍ଚଜଣ ସଦସ୍ୟ ଥିବାବେଳେ ମୁଣ୍ଡପିଛା ୫ କିଲୋ ଚାଉଳ ହିସାବରେ କେବଳ ଦୁଇଜଣଙ୍କୁ ୧୦ କିଲୋ ଚାଉଳ ମିଳୁଛି । ସ୍ୱାମୀ,ସ୍ତ୍ରୀ କୁଲି କାମକରି ବହୁ କଷ୍ଟରେ ଜୀବନ କାଟୁଛନ୍ତି ।

ଦିନେ ଗାଁକୁ ବିଡ଼ିଓ ଆସିବାରୁ ଦୁଃଖ ଜଣାଇଥିଲେ ସୁଧୀର। ସୁଧୀରଙ୍କ ଘରକୁ ଯାଇ ଘରର ଓ ପରିବାରର ଅବସ୍ଥା ଦେଖିବାପରେ ନନ୍ଦାହାଣ୍ଡି ବିଡ଼ିଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯିବା ସହ କାମ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ। ମାତ୍ର ଦେଇଥିବା ପ୍ରତିଶୃତି କେବେ ଫଳପ୍ରଦ ହେଉଛି ତାହା ଦେଖିବା ବାକି । ଜିଲ୍ଲା ପ୍ରଶାସନ ସୁଧୀର ଭତରାଙ୍କ ପରିବାରକୁ ତୁରନ୍ତ ସହାୟତାର ହାତ ନବଢ଼ାଇଲେ ଚଳିତ ବର୍ଷା ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ସୁଧୀରଙ୍କ ପରିବାର।

Leave A Reply

Your email address will not be published.