Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ୪୦୦ କୋଟିର ଅଫର ପ୍ରତ୍ୟାଖ୍ୟାନ କଲେ ଆଦିତ୍ୟ ଚୋପ୍ରା !

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ନ କରିବା ଜିଦରେ ରହିଛନ୍ତି ୟଶରାଜ ଫିଲ୍ମର ମୂଖ୍ୟ ଆଦିତ୍ୟ ଚୋପ୍ରା । ଏପରିକି ଓଟିଟି ପ୍ଲାଟଫର୍ମରେ ତାଙ୍କ ଫିଲ୍ମ ରିଲିଜ କରିବା ପାଇଁ ୪୦୦ କୋଟି ଟଙ୍କାର ଅଫରକୁ ସେ ପ୍ରତ୍ୟାଖାନ କରି ଦେଇଛନ୍ତି । ଫିଲ୍ମ ଏକଜିଭିଟର୍ସଙ୍କୁ ମୁଁ କୌଣସି ପ୍ରକାରରେ ନିରାଶ କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି । କରୋନା ମହାମାରୀ ଯୋଗୁ ସିନେମା ହଲ ବନ୍ଦ ପଡିଛି । ଏବେ ଅବଶ୍ୟ କିଛି କିଛି ସ୍ଥାନରେ ଏହା କଟକଣା ଭିତରେ ଖୋଲିବା ଆରମ୍ଭ ହୋଇଛି । ଯେତେ ବିଳମ୍ବ ହେଉ ପଛେ ସିନେମା ହଲ ଖୋଲିବା ପରେ ମୋ ଫିଲ୍ମ ରିଲିଜ ହେବ ।

ବଂଟି ଓ ବବଲୀ ୨, ଶମଶେରା, ପୃଥ୍ୱୀରାଜ ଓ ଜୟେଶଭାଇ ଜୋରଦାର ଫିଲ୍ମକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ୪ଟି ଫିଲ୍ମ ପାଇଁ ଆମାଜନ ୪୦୦ କୋଟିରୁ ଊର୍ଦ୍ଧ୍ୱ ଅଫର କରିଥିଲା । ଆଦିତ୍ୟ କିନ୍ତୁ ତାଙ୍କ ନିଷ୍ପତିରେ ଅଟଳ ରହିଥିଲେ । ଏପରିକି ବଂଟି ଔର ବବଲୀ ୨ ଓ ଜୟେଶଭାଇ ଜୋରଦାର ଫିଲ୍ମକୁ ମଧ୍ୟ ସେ ଓଟିଟିରେ ରିଲିଜ କରିବାକୁ ମନା କରି ଦେଇଥିଲେ ।

Leave A Reply

Your email address will not be published.