Latest Odisha News

BREAKING NEWS

ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ, ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀ ଭୁବନେଶ୍ୱର କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିଏମସି ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି ଭୁବନେଶ୍ୱରରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରିଛି । ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ମାସ୍କ ପିନ୍ଧିବା ବେଳେ ଏହା ମୁହଁ ଓ ନାକକୁ ସମ୍ପୂର୍ଣ୍ଣ କଭର କରିବ । ଏପରିକି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନୀ ବିନା ମାସ୍କରେ ଆସୁଥିବା ଗ୍ରାହକଙ୍କୁ ସାମଗ୍ରୀ ଦେବେ ନାହିଁ । ଦୋକାନ ବାହାରେ ମାସ୍କ ନଥିଲେ, ପ୍ରବେଶ ମନା ଏବଂ ସାମଗ୍ରୀ ମନା ବୋର୍ଡ ଲଗାଇବାକୁ ବିଏମସି ଦୋକାନୀଙ୍କୁ କହିଛି । ସେହିଭଳି ପେଟ୍ରୋଲ୍ ପମ୍ପରେ ମଧ୍ୟ ମାସ୍କ ପିନ୍ଧି ନଥିଲେ ନଦେବାକୁ କୁହାଯାଇଛି ।

ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବେ କର୍ମଚାରୀ । ତାଛଡ଼ା ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । କେହି ଏସବୁର ଉଲ୍ଲଂଘନ କଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.