Latest Odisha News

BREAKING NEWS

କରୋନା ସଂକ୍ରମଣ ଭୟ : କର୍ପୋରେଟ ସେକ୍ଟର ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ସହର ଭିତରେ ଥିବା କର୍ପୋରେଟ ହାଉସରେ କରୋନା ସଂକ୍ରମଣ ନେଇ ଏସଓପି ବା ଗାଇଡ ଲାଇନ ଜାରି କଲା ବିଏମସି ।

ଏଣିକି କରୋନା ସୂଚନା ସମ୍ବଳିତ ବୋର୍ଡ ଅଫିସ ଭିତରେ ଲାଗିବ । ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ଯଦି କେହି ସନ୍ଦିଗ୍ଧ ବାହାରନ୍ତି ତାଙ୍କୁ କର୍ତ୍ତୃପକ୍ଷ  ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବେ । ଅସୁସ୍ଥ ଥିବା କର୍ମଚାରୀଙ୍କୁ ଘରେ ବିଶ୍ରାମ ତଥା ଘରୁ ବସି କାମ କରିବାର ବିକଳ୍ପ ଦେବେ । ଅଫିସ ଭିତରେ କର୍ମଚାରୀଙ୍କୁ ହାତ ଧୋଇବା ପାଇଁ ପର‌୍ୟ୍ୟାପ୍ତ ପରିମାଣର ହ୍ୟାଣ୍ଡ ୱାସ୍‌, ହ୍ୟାଣ୍ଡ ସାନିଟାଇଜର ଏବଂ ସାବୁନ ଯୋଗାଇ ଦେବେ ।

ଯଦି ଅଫିସକୁ ରାଜ୍ୟ ବାହାରୁ  କିମ୍ବା ବିଦେଶରୁ କେହି ବ୍ୟକ୍ତି ଆସୁଛନ୍ତି  ତାଙ୍କର ସମ୍ପୂର୍ଣ୍ଣ ସୂଚନା ବିଏମସି ଓ ପ୍ରଶାସନକୁ ଦେବେ । ଗତ କିଛି ଦିନ ମଧ୍ୟରେ କେହି ବିଦେଶୀ କିମ୍ବା ବାହାରୁ କେହି କର୍ମଚାରୀ ଆସିଥିଲେ ସେ ନେଇ ମଧ୍ୟ ତଥ୍ୟ ଦାଖଲ କରିବେ । ଏଥି ସହିତ ବୈଠକ, କର୍ମଶାଳା, ସମ୍ମିଳନୀ କରିବେ ନାହିଁ । ଯଦି ଏହା ଅତି ଜରୁରୀ ତେବେ ସରକାର ଦେଇଥିବା ଗାଇଡ ଲାଇନ କଡାକଡି ଭାବେ ପାଳନ କରିବେ ।

Leave A Reply

Your email address will not be published.