Latest Odisha News

BREAKING NEWS

ଆସନ୍ତାକାଲିଠୁ ଅନର୍ଦ୍ଧିଷ୍ଟ କାଳ ଯାଏଁ ଝାଡୁ ବନ୍ଦ ଆନ୍ଦୋଳନ କରିବ ସଫେଇ ସଂଘ

ଭୁବନେଶ୍ୱର: ଦରମା ବୃଦ୍ଧି ଓ ବୋନସ ଦାବିରେ ଝାଡୁ଼ ବନ୍ଦ ଆନ୍ଦୋଳନ କରିବ ରାଜଧାନୀର ସଫେଇ ମଜଦୁର ସଂଘ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଧାରଣାରେ ବସିବେ ସଫେଇ କର୍ମଚାରୀ ।

ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍‌, ପିଏମଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍‌, ଇଏସ୍‌ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ସଫେଇ କର୍ମଚାରୀଙ୍କୁ ବୋନସ ଦେବାକୁ ଦାବି କରାଯାଇଛି ।

୨୦୨୪ରେ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବିଏମ୍‌ସି କର୍ତ୍ତୃପକ୍ଷ ବୋନସ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତ । ଗୋଟିଏ ପଟେ ସାମାଜିକ ସୁରକ୍ଷା ମିଳୁନି, ଅନ୍ୟପଟେ, ବିଏମସିର ଏଭଳି ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି ।

Comments are closed.