Latest Odisha News

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା, ଏନେଇ କୌଣସି ଖବର ନାହିଁ କହିଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି ।

ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ । କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହେଉଛି ଏହାର କିଛି ପ୍ରଶ୍ନପତ୍ର । ଏତେ କଡ଼ାକଡ଼ି ନିୟମ ସ୍ୱତ୍ତେ ପ୍ରଶ୍ନପତ୍ର କିଏ ଭାଇରାଲ କଲା, କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ, ଏହି ପ୍ରଶ୍ନପତ୍ର ଲିକ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପ ସଭାପତି । ସେ କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ । ଏନେଇ କେହି ବୋର୍ଡ ପାଖରେ ଅଭିଯୋଗ ମଧ୍ୟ କରିନାହାନ୍ତି ।

ଏହାପୂର୍ବରୁ ମଧ୍ୟ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ବୋର୍ଡ କତ୍ତୃପକ୍ଷ । ଏବେ ପୁଣି ଥରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.