Latest Odisha News

BREAKING NEWS

ସୁକମା ଏନକାଉଣ୍ଟର: ନିଖୋଜ ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର

ରାୟପୁର: ନିଖୋଜ ଥିବା ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ସୁକମାରେ ମାଓବାଦୀ ଓ ଯବାନ ମୁହାଁମୁହଁ ହୋଇଥିଲେ । ଏଥିରେ ୧୩ ଜଣ ଯବାନ ଆହତ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ଏଥିସହ ମାଓବାଦୀ ମାନେ ୧୨ଟି ଏକେ-୪୭ ବନ୍ଧୁକ, ୧୫ଟି ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ସୂଚନା ମିଳିଛି । ଅନ୍ୟପଟେ ଆହତ ୧୩ ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ବିଳମ୍ବିତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଂଚଳର କୋରଜଗୁଡା ପାହାଡ ନିକଟରେ ଏହି ଏନ୍‌କାଉଂଟର ହୋଇଛି । ଚିନ୍ତାଗୁମ୍ଫା ନିକଟରେ ମାଓବାଦୀ ଲୁଚି ରହିବା ଖବର ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ଥିଲେ ।

Leave A Reply

Your email address will not be published.