Latest Odisha News

BREAKING NEWS

ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପୋଲିସକୁ ଆକ୍ରମଣ କରି ସହିଦନଗର ଥାନା ଭିତରେ ପଶି ଭଙ୍ଗାରୁଜା କରିବା ଘଟଣାର ପ୍ରାୟ ସପ୍ତାହକ ପରେ ଏହାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ ପୋଲିସ ଶନିବାର ଦିନ ତାଙ୍କ ଭିଏସଏସନଗର ବାସଭବନରୁ ଗିରଫ କରିଛି ।

ପ୍ରକାଶ ତ୍ରିପାଠୀ ଏହି ଘଟଣାରେ ଗିରଫ ହେବା ପରେ ତାଙ୍କୁ ଆଜି କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀ ତ୍ରିପାଠୀ ବିଜୁ ଜନତା ଦଳର ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ପଦବୀରେ ରହିଥିଲେ ।

ପ୍ରକାଶ ତ୍ରିପାଠୀଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ବିଜୁ ଯୁବ ଜନତା ଦଳ ଉପସଭାପତି ପଦରୁ ତଥା ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି ବୋଲି ବିଜୁ ଯୁବ ଜନତା ଦଳ ସଭାପତି ସଭାପତି ଉମେଶ ପତ୍ରୀ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

ଏହି ଘଟଣା ମାର୍ଚ୍ଚ ୩ ତାରିଖ ଦିନ ଘଟିଥିବା ବେଳେ, ସେହିଦିନ ରାତିରେ ଭିଏସଏସନଗରରେ ଏକ ଦୁଇଟି ଗାଡ଼ି ଧକ୍କା ଲାଗିଥିବା ବେଳେ ପ୍ରକାଶ ତ୍ରିପାଠୀ ଉଭୟ ଗାଡ଼ି ମାଲିକଙ୍କ ଭିତରେ ହୋଇଥିବା ଝଗଡ଼ାର ଆପୋଷ ସମାଧାନ କରୁଥିଲେ । ମାତ୍ର ଉଭୟ ଉତ୍ୟକ୍ତ ଗାଡ଼ି ମାଲିକ ୨ଜଣ ପ୍ରକାଶ ତ୍ରିପାଠୀଙ୍କୁ ଓଲଟା ମାରଧର କରିଥିଲେ । ଏହି ଘଟଣାଟି ସେହିଦିନ ରାତିରେ ଭିଏସଏସନଗରସ୍ଥିତ ଜିଏଲ କଲୋନୀରେ ଘଟିଥିଲା । ତା’ପରେ ପ୍ରକାଶ ତ୍ରିପାଠୀ ସହିଦନଗର ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୩ଜଣ ଅଭିଯୁକ୍ତଙ୍କ ସମେତ ୨ଜଣ ଗାଡ଼ି ମାଲିକଙ୍କୁ ଥାନାରେ ଅଟକ ରଖିଥିଲେ ।

ତେବେ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣିବା ସମୟରେ ହିଁ ଥାନା ସମ୍ମୁଖରେ ପ୍ରକାଶ ତ୍ରିପାଠୀଙ୍କ ୮ରୁ ୧୦ ଜଣ ସମର୍ଥକ ପୋଲିସ ଭ୍ୟାନରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଥାନା ଭିତରେ ପଶି ୪ ଜଣ ପୋଲିସ କର୍ମଚାରୀଙ୍କୁ ମାରଧର କରିବା ଆରମ୍ଭ କରିଦେଇଥିଲେ । ସେମାନେ ଥାନା ଭିତରେ ଆସିଷ୍ଟାଣ୍ଟ ସବ ଇନିସପେକ୍ଟର ଏମସିଏଚ ମୁର୍ମୁ, ଅଭୟ ରାଉତ, ଇନଚାର୍ଜ ବିରଞ୍ଚି ପତି ଏବଂ ଅନ୍ୟ ଜଣେ କନେଷ୍ଟବଳଙ୍କୁ ମାରଧର କରିଥିଲେ । ଥାନା ମଧ୍ୟରେ ଥିବା ସିସିଟିଭି କ୍ୟାମେରା, ଫୁଲକୁଣ୍ଡ, ଟିଭିସେଟ ଏବଂ ଅନ୍ୟାନ୍ୟ ଆସବାବପତ୍ର ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ ପ୍ରକାଶ ତ୍ରିପାଠୀଙ୍କ ସମର୍ଥିତ ଯୁବକମାନେ ।

ଏହି ଘଟଣା ସମ୍ପର୍କରେ ଜାଣି ୩ ପ୍ଲାଟୁନ ପୋଲିସ ସହିଦନଗର ଥାନାକୁ ଆସିବା ମାତ୍ରେ ପ୍ରକାଶ ତ୍ରିପାଠୀଙ୍କ ସମର୍ଥିତ ସମସ୍ତ ଯୁବକମାନେ ସେଠାରେ ଚମ୍ପଟ ମାରିଥିଲେ ।

ପ୍ରକାଶ ତ୍ରିପାଠୀ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନର ପୂର୍ବତନ ସଭାପତି ।

Leave A Reply

Your email address will not be published.