Latest Odisha News

BREAKING NEWS

ଅଟୋରେ ଶ୍ମଶାନକୁ ନିଆଗଲା କରୋନା ଆକ୍ରାନ୍ତଙ୍କ ମୃତଦେହ

ତେଲେଙ୍ଗାନା: କୋଭିଡ୍ ନିୟମକୁ ଫୁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ । କରୋନା ଆକ୍ରାଙ୍କ ମୃତଦେହକୁ ଅଟୋରେ ନିଆଗଲା ଶ୍ମଶାନ । ଏଭଳି ଚିତ୍ର ଆସିଛି ତେଲେଙ୍ଗାନରୁ । ନିଜାମାବାଦର ସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ଶେଷକୃତ୍ୟ ପାଇଁ ମର ଶରୀରକୁ ଅଟୋରେ ନିଆଯାଇଥିଲା ଶ୍ମଶାନଘାଟ ।

ଜଣେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । କୋଭିଡ୍ କଟକଣା ଅନୁସାରେ ଜଣେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ମୃତଦେହକୁ ଆମ୍ବୁଲାନ୍ସରେ ନିଆଯାଏ । କିନ୍ତୁ ନାଜାମାବାଦ ହସ୍ପିଟାଲ କର୍ତ୍ତୃପକ୍ଷ ସବୁ ନିୟମକୁ ମୋଡ଼ି ମକଚି ଦେଇଥିବା ଅଭିଯୋଗ ହୋଇଛି ।

ନିଜାମାବାଦ ସରକାରୀ ହସ୍ପିଟାଲର ଡାକ୍ତର ନାଗେଶ୍ୱର ରାୟ କହିଛନ୍ତି, ହସ୍ପିଟାଲରେ କାର୍ଯ୍ୟରତ ମୃତକଙ୍କ ଜଣେ ସମ୍ପର୍କୀୟଙ୍କ ଅନୁରୋଧରେ ମୃତଦେହକୁ ତାଙ୍କ ହେପାଜତରେ ଦିଆଯାଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ଏମିତ ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେ

Leave A Reply

Your email address will not be published.