Latest Odisha News

BREAKING NEWS

ବାଲେଶ୍ୱର: ପ୍ରବାସୀ ଓଡିଆ ଶ୍ରମିକଙ୍କର ମୃତଦେହ ପୈତୃକ ଗାଁରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରେ ରବିବାର ଦିନ ତେଲେଙ୍ଗାନାରେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ମୃତଦେହ ଆସି ପହଞ୍ଚିଛି ।

ମୃତକଙ୍କ ନାମ ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡିଥିବା ବେଳେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ତେଲେଙ୍ଗାନାର କରିମ ନଗର ଅଞ୍ଚଳ ସ୍ଥିତ ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଗତ ଦିନ ହେବ ଫ୍ୟାକ୍ଟ୍ରି ମଧ୍ୟରେ ହୋଇଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ହୋଇପଡିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ କମ୍ପାନୀ ମାଲିକ ମନୋରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ ଏବଂ ମୃତଦେହକୁ ତାଙ୍କ ପୈତୃକ ଗ୍ରାମକୁ ପଠାଇଥିଲା ବେଳେ ଆଜି ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.