Latest Odisha News

BREAKING NEWS

କଣ୍ଢେଇକୁ ବିବାହ କଲେ ବିଶ୍ୱ ବିଖ୍ୟାତ ବଡିବିଲ୍ଡର୍

ଭୁବନେଶ୍ୱର: ଆମ ନଜରକୁ ଏମିତି କିଛି ଖବର ଆସେ ଯାହାକୁ ଦେଖି, ଶୁଣି ଓ ପଢି ବିଶ୍ୱାସ କରିବା ଆମ ପକ୍ଷରେ କଷ୍ଟକର ହୋଇପଡେ । ଏହି ଧାରାରେ ସୋସିଆଲ୍ ମିଡିଆରେ ଏକ ଖବର ସାରା ବିଶ୍ୱର ଲୋକଙ୍କୁ ଚକିତ କରିଛି । ଝିଅ ପୁଅକୁ ଓ କେବେକେବେ ପୁଅପୁଅ ଓ ଝିଅଝିଅକୁ ବିବାହ କରିବା ଘଟଣା ଏବେ ସାଧାରଣ ପାଲଟିଛି । ହେଲେ ଜଣେ ବଡି ବିଲ୍ଡରଙ୍କ ବିବାହ କଥା ପଢିଲେ ଆପଣଙ୍କର ହୋସ୍ ଉଡିଯିବ ।

କାଜାକିସ୍ତାନର ଜଣେ ବଡି ବିଲ୍ଡର୍ ଏକ କଣ୍ଢେଇ ସହ ବିବାହ କରିଛନ୍ତି । ତେବେ ଏହି କଣ୍ଢେଇଟି ସାଧାରଣ କଣ୍ଢେଇ ନୁହେଁ । କାରଣ ଭାରତକୁ ବାଦ୍ ଦଲେ ଏମିତି ଅନେକ ଦେଶ ଅଛି ଯେଉଁଠି କଣ୍ଢେଇଙ୍କୁ ନେଇ ବେଶ୍ୟାଳୟ ଖୋଲିବା ସହ ବେଶ୍ୟାବୃତ୍ତି ଚାଲିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବଡି ବିଲ୍ଡର ୟୁରି ଟୋଲୋଚ୍‌କୋ ଏକ ନାଇଟ୍ କ୍ଲବରେ ସେହି କଣ୍ଢେଇଟିକୁ ଦେଖିଥିଲେ ବା ଭେଟିଥିଲେ କୁହାଯାଇପାରେ । ସେହି ସମୟରେ ହିଁ ୟୁରି କଣ୍ଢେଇ ପ୍ରେମରେ ପଡିଥିଲେ ।

କଣ୍ଢେଇଟି ଆମମାନଙ୍କ ପାଇଁ ସାଧାରଣ ହୋଇପାରେ । ହେଲେ ୟୁରିଙ୍କ ପାଇଁ ଏବେ ସେ ଜୀବନର ସଜ୍ଞା ପାଲଟିଛି । କଣ୍ଢେଇଠୁ ଦୂରେଇ ରହିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ସେଥିପାଇଁ ଶେଷରେ ସେ କଣ୍ଢେଇ ସହ ବିବାହ କରିଥିଲେ । ଏପରିକି ଏହି ବିବାହରେ ତାଙ୍କ ସାଙ୍ଗସାଥୀ ଓ ପରିବାର ଲୋକେ ବି ସାମିଲ ତାଙ୍କୁ ବଧେଇ ଜଣାଇଥିଲେ ।

କଣ୍ଢେଇର ନାଁ ମାର୍ଗୋ ରହିଥିବାବେଳେ ଦୁନିଆକୁ ଖାତିର ନ କରି ୟୁରି ବେଶ ଧୁମ୍‌ଧାମ୍‌ରେ ତାକୁ ବିବାହ କରିଥିଲେ । ବିବାହ ସମୟର ଭିଡିଓକୁ ୟୁରି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ବି ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ ୟୁରି ଓ ମାର୍ଗୋକୁ ବିବାହ ବେଶରେ ସ୍ପଷ୍ଟ ଦେଖାଯାଇପାରେ । ଦୁନିଆ ଆଗରେ ଏହି ଘଟଣା ପାଗଳାମୀ ଛଡା କିଛି ନୁହେଁ । ହେଲେ କଥାରେ ଅଛି ପ୍ରେମ ଅନ୍ଧ । ବାସ୍‌… ଏହି ଉକ୍ତିକୁ କେବଳ ସତ ପ୍ରମାଣିତ କରିଛନ୍ତି ୟୁରି ଟୋଲୋଚ୍‌କୋ ।

Leave A Reply

Your email address will not be published.