Latest Odisha News

BREAKING NEWS

ବଗି ଛାଡି ପଳାଇଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟ ସାଲଗାଓଁ ଠାରେ ସୋମବାର ସକାଳେ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ ନିକଟରୁ ଦୁଇଟି ବଗି ବିଚ୍ଛିନ୍ନ ହେବାପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲେ।

ମିଳିଥିବା ସୂଚନାନୁସାରେ, ମୁମ୍ବାଇ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ସକାଳ ପ୍ରାୟ ୭ଟା ୩୦ମି. ସମୟରେ ଭୁବନେଶ୍ୱର ଛାଡିବା ପରେ ସାଲଗାଓଁ-ବ୍ରହ୍ମପୁର ଷ୍ଟେସନ ନିକଟରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଥିଲା।

ଏନେଇ ଖବର ପାଇବା ପରେ ରେଳ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସରିବା ପରେ ଟ୍ରେନ୍ ସକାଳ ପ୍ରାୟ ୯ଟା ୦୫ମି. ରେ ପୁନର୍ବାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ତେବେ କେଉଁ କାରଣବଶତଃ ବଗି ଲାଇନଚ୍ୟୁତ ହୋଇଥିଲା ସେନେଇ ଜଣାପଡିନାହିଁ ।

 

Leave A Reply

Your email address will not be published.