Latest Odisha News

BREAKING NEWS

କରୋନା ମୁକାବିଲା: ଟ୍ୱିଟ୍ କରି ସତର୍କତା ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟର୍‌ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଟ୍ୱିଟର୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ସତର୍କତା ଟିପ୍ସ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେତେ ସତର୍କତା ଅବଲମ୍ବନ କରିବାକୁ ହେବ ସେ ନେଇ ପରାମର୍ଶ ଦେଇଛନ୍ତି ନବୀନ ।
ଟ୍ୱିଟ୍ କରି ନବୀନ ଲେଖିଛନ୍ତି ଯେ, ସାମାଜିକ ଦୂରତା କରୋନା ଭୂତାଣୁ ସଂକ୍ରମଣକୁ ରୋକିବ । ଥଣ୍ଡା କିମ୍ବା କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ଅତି କମ୍‌ରେ ୧ ମିଟର ଦୂରତାରେ ରୁହନ୍ତୁ । ଧାର୍ମିକ କାର୍ଯ୍ୟ, ବିବାହ କାର୍ଯ୍ୟ ଆଦି ଠାରୁ ଦୂରେଇ ରୁହନ୍ତୁ । ହୋମ ଆଇସୋଲେସନ୍‌ରେ ରୁହନ୍ତୁ ବୋଲି ନବୀନ ନିବେଦନ କରିଛନ୍ତି ।

ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏକ ସଚେତନ ଧର୍ମୀ ଭିଡିଓକୁ ମଧ୍ୟ ଟ୍ୱିଟର୍‌ରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.