Latest Odisha News

BREAKING NEWS

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଗିରଫ

ଲକ୍ଷ୍ନୌ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କ ବିଷୟରେ ବଡ ଖବର ଆସିଛି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ନୱାଜଙ୍କ ବଡ ଭାଇଙ୍କୁ ଉତ୍ତରପ୍ରଦେଶର ମୁଜାଫରନଗରରେ ବୁଦ୍ଧାନା ପୋଲିସ ଗିରଫ କରିଛି। ଜାଲିଆତି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

ନିଜର ଜବରଦସ୍ତ ଅଭିନୟ ସହିତ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ବେଆଇନ ଭାବେ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଏକ ନିର୍ଦ୍ଦେଶ ପତ୍ର ଦେଇଥିଲେ। ଜାଭେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଲିଥିବା କୃଷି ଜମି ବିବାଦ ସମ୍ପର୍କରେ ଏପରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହା ଜଣାପଡ଼ିଲା ଯେ ସଂପୃକ୍ତ ଚିଠିଟି ନକଲି।

ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଆୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଅ଼ଡୁଆରେ ପଡିଛନ୍ତି। ୨୦୧୮ ରେ ଆୟାଜୁଦ୍ଦିନ ସିଦ୍ଦିକି ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଫଟୋ ସେୟାର କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।

Leave A Reply

Your email address will not be published.