Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ମ୍ୟାଚ ବେଳେ ବାଂଲାଦେଶ-ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ଧସ୍ତା ଧସ୍ତି

ଦୁବାଇ:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଅଭାବନୀୟ ଘଟଣା ଘଟିଛି । ମ୍ୟାଚ ଚାଲିଥିବା ବେଳେ ଉଭୟ ଦେଶ ଖେଳାଳିଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବଂ ପରେ ଧସ୍ତା ଧସ୍ତି ଦେଖିବାକୁ ମିଳିଥିଲା । ପରିସ୍ଥିତି ଅଣାୟତ ହେବାରୁ ଅମ୍ପାୟର ହସ୍ତକ୍ଷେପ କରିଥିଲେ । ବାଂଲାଦେଶର ଲିଟନ ଦାସ ମିଡ ଅଫରେ କ୍ୟାଚ ଆଉଟ ହେବା ପରେ ପ୍ୟାଭିଲିୟନକୁ ଫେରୁଥିବା ବେଳେ ଶ୍ରୀଲଙ୍କାର ଲାହିରୁ କୁମାରଙ୍କ ସହ କୌଣସି କାରଣ ନେଇ ଯୁକ୍ତି ତର୍କ ହୋଇଥିଲା ।

ନଇମ ଏହି ଘଟଣାରେ ମୁଣ୍ଡ ପୂରାଇବା ସହ ଲାହିରୁଙ୍କୁ ଧକ୍କା ମାରିଥିଲେ । ବାସ୍ ଏହା ପରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଧସ୍ତା ଧସ୍ତି ଆରମ୍ଭ ହୋଇ ଯାଇଥିଲା । ଅମ୍ପାୟର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି ।

Leave A Reply

Your email address will not be published.