Latest Odisha News

BREAKING NEWS

ପୁରୀରେ ବୋମା ମାଡ: ୪ ଆହତ, ତଦନ୍ତ ଜାରି

ପୁରୀ: ପୁରୀରେ ମୋବା ମାଡ । ଚଳନ୍ତା ବାଇକ ଉପରକୁ ବୋମା ମାଡ କରିଛନ୍ତି ଦୁର୍ବୁତ୍ତ l ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ଏଭଳି ଘଟଣା l ଏଥିରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି l ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ସେମାନଙ୍କ ବାଇକ ଉପରକୁ ବୋମା ମାଡ କରିଥିଲେ । ତେବେ ବୋମା ମାଡ କାହିଁକି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି l ତେବେ ପୂର୍ବ ଶତ୍ରୁତା କୁ ନେଇ ଏହି ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାରେ ତାଳବଣିଆ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.