Latest Odisha News

BREAKING NEWS

ବଲାଙ୍ଗୀରରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଏମାନଙ୍କ କାମ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା ପରି

ବଲାଙ୍ଗୀର: ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା କଥା । ଏମାନେ ରାଜନୀତିକୁ ଆସିଛନ୍ତି କେବଳ କ୍ଷମତା ପାଇଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ସେବା ପାଇଁ ବୋଲି କଣ୍ଟାବାଞ୍ଜିରେ ଉକ ଜନସଭାରେ ଯୋଗଦେଇ ବିରୋଧିଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ଅନ୍ୟମାନେ ଆସି ବଡ଼ ବଡ଼ କଥା କହିବେ କିନ୍ତୁ କାମ କରିବେ ନାହିଁ । ସେମାନେ କହିଥିଲେ ଦରଦାମ୍‍ କମେଇବେ ବୋଲି, ଏଲ.ପି.ଜି. ପେଟ୍ରୋଲ, ଡିଜେଲ ଦର କମେଇବେ ବୋଲି, କମିଲା କି? ରୋଜଗାର ବଢ଼େଇବେ ବୋଲି କହିଥିଲେ, ବଢ଼ିଲା କି?  ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଚୟନ କଲେ । ତାଙ୍କ ହୃଦୟରେ କଣ୍ଟାବାଞ୍ଜିର ବିକାଶ, କଣ୍ଟାବାଞ୍ଜି ବାସିନ୍ଦାଙ୍କ ଉନ୍ନତି କରିବାର ଇଚ୍ଛା ରହିଛି । ନବୀନ ପଟ୍ଟନାୟକଙ୍କ ସରକାର ହେଉଛି ଆପଣମାନଙ୍କ ସରକାର, ଏ ସରକାରରେ ଆପଣମାନଙ୍କ ବହୁତ ବଡ଼ ଭୂମିକା ରହିଛି । ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ କରିବା ପାଇଁ । ଏଥିରେ କଣ୍ଟାବାଞ୍ଜିର ୯୫ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତ, ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ।

 

Leave A Reply

Your email address will not be published.