Latest Odisha News

BREAKING NEWS

ମିଛର ସୀମା ରହୁନାହିଁ ବିଜେପିର, ଏମାନଙ୍କ ଉପରେ ଭରସା ନାହିଁ: ପାଣ୍ଡିଆନ

ବଲାଙ୍ଗୀର: ବାହାର ରାଜ୍ୟରୁ ବିଜେପିର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସୁଛନ୍ତି । ବହୁତ ବଡ଼ ବଡ଼ କଥା କହୁଛନ୍ତି । ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ତାହା ବି ଜାଣି ନାହାନ୍ତି । ଏମାନେ ମିଛ କଥା କହି ପଳାଇବେ, ଖୋଜିଲେ ମିଳିବେନି କହି ପାଟଣାଗଡରେ ବିରୋଧିଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି । ସେମାନଙ୍କ ମୁଣ୍ଡ ଖରାପ ହୋଇଗଲାଣି । ସେମାନେ କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ସୂର୍ଯ୍ୟ କିରଣରେ ମାଗଣା ବିଜୁଳି ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ମିଛର ସୀମା ରହୁନାହିଁ ବିଜେପିର । ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି । ୨୦୧୪ ଓ ୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ ଏମ୍‍.ଏସ୍‍.ପି. ବଢ଼ାଇବେ, ଏଲ୍‍.ପି.ଜି. କମାଇବେ, କିରୋସିନି, ଡିଜେଲ ଓ ପେଟ୍ରୋଲ ଦର କମାଇବେ । କିଛି କମାଇଲେ ନାହିଁ । ଏମାନଙ୍କ ଉପରେ ଭରସା ନାହିଁ ବୋଲି କହି ବିରୋଧିଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ନେବେ । ପ୍ରଥମ ତିନୋଟି ଦସ୍ତଖତ ହେବ । ପ୍ରଥମ ଦସ୍ତଖତରେ ଓଡ଼ିଶାବାସୀଙ୍କ ପାଇଁ ମାଗଣା ବିଜୁଳି ମିଳିବ । ଏଥିରେ ପାଟଣାଗଡ଼ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ସେହିପରି ଦ୍ଵିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ ନବୀନ କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତିର ସଭ୍ୟ ଓ କର୍ମୀମାନଙ୍କ ପାଇଁ ପେନସନ୍‍ ସୁବିଧା କରାଯିବ । ଏହି ତିନୋଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ, ସମସ୍ତଙ୍କ ମୁହଁରେ ହସ ଫୁଟାଇବ ବୋଲି କହିଛନ୍ତି ପାଣ୍ଡିଆନ ।

 

Leave A Reply

Your email address will not be published.