Latest Odisha News

BREAKING NEWS

ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ହ୍ୱାଟସଆପରେ ଆସିଲା ଧମକ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଛଅଟି କାର୍ୟ୍ୟାଳୟକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ । ଏପରି ଧମକ ମିଳିବା ପରେ ଲକ୍ଷ୍ନୌର ମାଡ଼ିଓ୍ୱାନ୍ ଥାନାରେ ଏଫ୍ଆଇଆର ରୁଜୁ ହୋଇଛି।

ପୋଲିସର କହିବା ଅନୁଯାୟୀ, ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା ତାହାକୁ ସାଇବର ସେଲ୍ ସହାୟତାରେ ଟ୍ରାକ୍ କରାଯାଉଛି, ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରାଯିବ।

ସୋମବାର ରାତି ପ୍ରାୟ ୮ଟା ବେଳେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଲକ୍ଷ୍ନୌ ସମେତ ୫ଟି ଆରଏସଏସ କାର୍ୟ୍ୟାଳୟକୁ ଉଡ଼ାଇ ଦେବାକୁ ଧମକ ଆସିଥିଲା। ତିନୋଟି ଭିନ୍ନ ଭାଷା ଇଂରାଜୀ ଏବଂ କନ୍ନଡରେ ଧମକ ଦିଆଯାଇଥିଲା। ଲକ୍ଷ୍ନୌର ନବାବଗଞ୍ଜ ସେକ୍ଟର ୧୨ରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିର ସମେତ ଆରଏସଏସର ୬ଟି ଅଫିସରେ ରାତି ୮ଟାରେ ବୋମା ମାଡ଼ କରାଯିବ, ଯଦି ଦମ୍ ଅଛି ତାହାଲେ ଏହି ଅଘଟଣରୁ ରୋକିବାକୁ ପ୍ରୟାସ କର ବୋଲି କେହି ଜଣେ କହିଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଆରଏସଏସ କାର୍ୟ୍ୟାଳୟ ଓ ପ୍ରାଚୀନ ହନୁମାନ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକପୂର୍ଣ୍ଣ ଚିଠି ମିଳିଥିଲା।

Leave A Reply

Your email address will not be published.