Latest Odisha News

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ବୁଧବାର ରିଜର୍ଭ ବ୍ୟାଙ୍କ ସୂଚନା ଦେବ । ଏହା ପୂର୍ବରୁ ମଙ୍ଗଳବାର ତିନିଗୋଟି ବ୍ୟାଙ୍କ ସୁଧହାର ବଢ଼ାଇଛନ୍ତି ।

କାନାରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ କରୁର ବୈଶ୍ୟ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି । ଫଳରେ ଇଏମ୍ଆଇ ବଢ଼ିଯିବ । କାନାରା ବ୍ୟାଙ୍କ ନୂଆ ସୁଧହାର ଜୁନ୍ ୭ରୁ ଲାଗୁ କରିବ । ବ୍ୟାଙ୍କ ମାର୍ଜିନ୍ କଷ୍ଟ ଅଫ୍ ଲାଣ୍ଡିଂ ରେଟ୍ସରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି । ସେହିଭଳି କରୁର ବୈଶ୍ୟ ବ୍ୟାଙ୍କ ବେଞ୍ଚମାର୍କ ପ୍ରାଇମ୍ ଲାଣ୍ଡିଂ ରେଟ୍ସ ୦.୪୦ ପ୍ରତିଶତ ବଢ଼ାଇଛି । ଏଚଡିଏଫସି ବ୍ୟାଙ୍କ ଏମସିଏଲ୍ଆର୍ ୦.୩୫ ପ୍ରତିଶତ ବଢ଼ାଇଛି ।

Leave A Reply

Your email address will not be published.