Latest Odisha News

BREAKING NEWS

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା; ୮ ଆହତ, ୨ ଗୁରୁତର

ନୟାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ବୋମାମାଡ । ବୋମା ମାଡ଼ରେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗାଁରେ । ଘଟଣାସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ପ୍ରଥମିକ ତଦନ୍ତରୁ ସୂଚନା ଦେଇଛି ।

ସୂଚନା ଅନୁସାରେ, ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ରାଜନୈତିକ ଏବଂ ପାରିବାରିକ ବିଶୃଙ୍ଖଳା ଲାଗି ରହିଥିଲା । ଗତକାଲି ଦୀପାବଳି ଛୁଟି କାଟିବାକୁ ଗାଁକୁ ଆସିଥିବା ବେଲେ ଗତରାତିରେ ମଦ୍ୟପାନ କରି ଉଭୟ ଗୋଷ୍ଠୀ ପକ୍ଷରୁ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ଗୋଟେ ଗୋଷ୍ଠି ବୋମାମାଡ କରିଥିଲେ। ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ତେବେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଥିବା ବେଳେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

 

Leave A Reply

Your email address will not be published.